ଓଡିଶା

odisha

ETV Bharat / city

କଟକରେ ଧୋନୀଙ୍କ ଜନ୍ମଦିନ ପାଳିଲେ ତାଙ୍କ ଫ୍ୟାନ

କ୍ୟାପଟେନ କୁଲଙ୍କ ଜନ୍ମଦିନ । 40 ବର୍ଷରେ ପଦାର୍ପଣ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । 2019 ବିଶ୍ୱ କପି ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଧୋନୀ । ସିଲଭରସିଟିରେ ବଡ଼ ଫ୍ୟାନ ସରୋଜ ରଞ୍ଜନ କର ମଧ୍ୟ ଧୋନୀଙ୍କ ଜନ୍ମଦିନକୁ ପାଳନ କରିଛନ୍ତି । ଅଧିକ ପଢ଼ନ୍ତୁ...

କଟକରେ ଧୋନୀଙ୍କ ଜନ୍ମଦିନ ପାଳିଲେ ତାଙ୍କ ଫ୍ୟାନ
କଟକରେ ଧୋନୀଙ୍କ ଜନ୍ମଦିନ ପାଳିଲେ ତାଙ୍କ ଫ୍ୟାନ

By

Published : Jul 7, 2021, 11:03 PM IST

Updated : Jul 8, 2021, 3:04 PM IST

କଟକ: ଆଜି ହେଉଛି କ୍ୟାପଟେନ କୁଲଙ୍କ ଜନ୍ମ ଦିନ । 40 ବର୍ଷ ରେ ପଦାର୍ପଣ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । 2019 ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଧୋନୀ । ତେବେ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଏହି ମହାନ କ୍ରିକେଟରଙ୍କ ଜନ୍ମ ଦିନରେ ସାରା ବିଶ୍ୱରୁ ଧୋନୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରୁ କଟକ ମଧ୍ୟ ବାଦ ପଡିନି । ସିଲଭରସିଟିରେ ବଡ଼ ଫ୍ୟାନ ସରୋଜ ରଞ୍ଜନ କର ମଧ୍ୟ ଧୋନୀଙ୍କ ଜନ୍ମଦିନ ପାଳନ କରିଛନ୍ତି । କେକ୍ କାଟି ଧୋନିଙ୍କ ଫଟୋରେ କେକ୍ ଲଗାଇ ସେ ଜନ୍ମଦିନକୁ ଧୂମଧାମରେ ପାଳନ କରିଛନ୍ତି ।

କଟକରେ ଧୋନୀଙ୍କ ଜନ୍ମଦିନ ପାଳିଲେ ତାଙ୍କ ଫ୍ୟାନ
ଧୋନୀଙ୍କ ବଡ଼ ଫ୍ୟାନ କଟକର ସରୋଜ କର । ଦରଘା ବଜାର ନିକଟରେ ରହୁଥିବା ସରୋଜ ରଞ୍ଜନ କର ଧୋନୀଙ୍କ ଅନେକ ସ୍ମୃତି ସାଉଁଟିଛନ୍ତି । ଧୋନୀଙ୍କ ଅଟୋଗ୍ରାଫଠୁ ଆରମ୍ଭ କରି ଜର୍ସି, ଗ୍ଲୋବ୍ସ, ବ୍ୟାଟ୍, ହେଲମେଟ୍ ସହ ବିଶ୍ୱକପର ଶେଷ ମ୍ୟାଚରେ ଧୋନୀଙ୍କ ପାସ ମଧ୍ୟ ସଂଗ୍ରହ କରିଛନ୍ତିି ସରୋଜ । ମାହୀଙ୍କୁ ଅନେକ ଥର ଭେଟିଛନ୍ତି ସରୋଜ । ସେଥିପାଇଁତ ଧୋନୀଙ୍କ ଜନ୍ମଦିନ ଆସିଲେ ସରୋଜ ଆତ୍ମହରା ହୋଇ ପଡ଼ନ୍ତି । କାରଣ ସେ ଧୋନୀଙ୍କ ଭଳି ଜଣେ ସଫଳ କ୍ରିକେଟରକୁ ନିଜର ଗୁରୁ ବୋଲି ମାନି ନେଇଛନ୍ତି । ଆଉ ଜୀବନ ଥିବା ପର୍ଯ୍ୟନ୍ତ ସେ ଧୋନୀ ଙ୍କ ବ୍ୟବହୃତ ଜିନିଷ ସଂଗ୍ରହ କରୁଥିବେ ବୋଲି କହିଛନ୍ତି । କେବଳ ସରୋଜ ନୁହଁନ୍ତି ବରଂ ତାଙ୍କ ପୁଅ ମଧ୍ୟ ଧୋନୀ କୁ ମାନିଛନ୍ତି ନିଜ ଆଦର୍ଶ । ଯୁବରାଜ ଜଣେ କ୍ଳବ କ୍ରିକେଟର ସହ ଧୋନୀଙ୍କ ଫ୍ୟାନ । ସେ ମଧ୍ୟ ବାପାଙ୍କ ସହ ଯାଇ ଧୋନୀଙ୍କୁ ଥରେ ଦୁଇଥର ଭେଟିଛନ୍ତି । ତାଙ୍କଠୁ କିଛି ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ଯୁବରାଜ । ତେବେ ଘରେ ଥିବା ଅନେକ ଧୋନୀଙ୍କ ସ୍ମୃତିକୁ ଦେଖି ତାଙ୍କ ପ୍ରତ୍ୟକ୍ଷ ଅନୁଭବ ହୁଏ ବୋଲି କହିଛନ୍ତି ପୁଅ ଯୁବରାଜ । ଜୀବନର ଥିବା ପର୍ଯ୍ୟନ୍ତ ଧୋନୀଙ୍କ ସ୍ମୃତି ସାଉଁଟିବା ରେ କାଟି ଦେବି ବୋଲି କହିଛନ୍ତି ସରୋଜ ।କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ
Last Updated : Jul 8, 2021, 3:04 PM IST

ABOUT THE AUTHOR

...view details