ଓଡିଶା

odisha

ETV Bharat / city

କଟକରୁ ପୁଣି ନକଲି ସାମଗ୍ରୀ ଜବତ, ଜଣେ ଅଟକ - କଟକରୁ ନକଲି ସାମଗ୍ରୀ ଜବତ

କିଛିଦିନର ବ୍ୟବଧାନ ପରେ ପୁଣି ସିଲଭରସିଟିରୁ ନକଲି ସାମଗ୍ରୀ ତିଆରି କାରଖାନା ଠାବ । ବିପୁଳ ପରିମାଣର ନକଲି ଗୁଟଖା ଜବତ ସାଙ୍ଗକୁ ଜଣେ ଅଟକ । ଅଧିକ ପଢନ୍ତୁ...

କଟକରେ ପୁଣି ନକଲି ସମଗ୍ରୀ ଠାବ, ଜଣେ ଅଟକ
କଟକରେ ପୁଣି ନକଲି ସମଗ୍ରୀ ଠାବ, ଜଣେ ଅଟକ

By

Published : Aug 8, 2021, 2:17 PM IST

କଟକ: କିଛିଦିନର ବ୍ୟବଧାନ ପରେ ପୁଣି ସିଲଭରସିଟିରେ ନକଲି ସାମଗ୍ରୀ ଠାବ । ମାଲଗୋଦାମ ଅଞ୍ଚଳରୁ ଜବତ ହେଲା 7 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟଖା ।

କଟକରେ ପୁଣି ନକଲି ସମଗ୍ରୀ ଠାବ, ଜଣେ ଅଟକ

କଟକର ନକଲି ଗୁଟଖା କାରଖାନାରେ ଚଢାଉ । 10 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ । ସମୁଦାୟ 3 ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସମଗ୍ରୀ ଜବତ ହୋଇଛି । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।

ତେବେ ପୂର୍ବରୁ କମିଶନରେଟ ପୋଲିସର ନକଲି ଅଭିଯାନ ଅନେକ ନକଲି କାରଖନା ଓ ଗୋଦାମକୁ ରେଡ଼ କରି ସାରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୋନ-1 ଏସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details