କଟକ:ଅବକାରୀ ବିଭାଗକୁ ବଡ ସଫଳତା । କଟକ ମଙ୍ଗୁଳି ଟୋଲ ଗେଟ ନିକଟରୁ ଏକ କାରରୁ ଏକ କୁଇଣ୍ଟାଲ ରୂପା ଇଟା ସମେତ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ (Excise department seized Over 100 kg silver bricks) । ତଦନ୍ତ ବେଳେ ଏହି ରୂପା ଇଟା ଆସିକାରୁ ଖଡଗପୁରକୁ ଚାଲାଣ ହେଉଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ରୂପା କାରବାର କରୁଥିବା ବ୍ୟବସାୟୀଙ୍କ ଠିକଣା ମଧ୍ୟ ମିଳିଛି । ବ୍ୟବସାୟୀ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ମେସେର୍ସ ଅଙ୍କନ ସିଲଭର ଆର୍ଟ । ସେ ଗଞ୍ଜାମ, ଖୋର୍ଦ୍ଧା ଓ କଟକର କିଛି ବ୍ୟବସାୟୀଙ୍କ ସହ କରୁଥିବା ବ୍ୟବସାୟ। GST ରେ ହଜାର ହେବା ପାଇଁ ତାକୁ ସମନ ଜାରି କରାଯାଇଛି ।
ସୂଚନା ଅନୁସାରେ କଟକ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ପାଇଁ ଜାଲ ବିଛାଇଥିଲା । ଏଥିନିମନ୍ତେ ଟାଙ୍ଗି ଟୋଲ ଗେଟ ନିକଟରେ ଅବକାରୀ ଟିମ ଛକି ରହି ଗାଡ଼ି ମୋଟର ଯାଞ୍ଚ କରୁଥିଲେ । ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର(WB50R5876)କୁ ଅଟକାଇଥିଲା ଅବକାରୀ ଟିମ । ଯାଞ୍ଚ ବେଳେ କାର ଚାଳକ ଆସ୍କାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କହିଥିଲେ । ତେବେ ଗଞ୍ଜେଇ ସନ୍ଦେହରେ କାର ଅଟକାଇ ଗାଡି ଭିତରେ ଚେକିଂ କରିଥିଲା ଅବକାରୀ ଟିମ । କାର ଭିତରେ ତନ୍ନତନ୍ନ କରି ଯାଞ୍ଚ କରିବା ବେଳେ ପଛ ସିଟ ତଳେ ଏକ ସିକ୍ରେଟ ଚାମ୍ବରର ସନ୍ଧାନ ମିଳିଥିଲା । ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ଥିବା ସନ୍ଦେହରେ ଖୋଲା ଯାଇଥିଲା ସିକ୍ରେଟ ଚାମ୍ବର । ମାତ୍ର ସେଥିରୁ ଗଞ୍ଜେଇ ବାହାରିନଥିଲା । ଯାହା ବାହାରିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।
ସବୁଠାରୁ ବଡ଼ କଥା ହେଉଛି କାରର ସିକ୍ରେଟ ଚାମ୍ବର ଭିତରେ ରୂପା ଇଟା ଗୁଡ଼ିକ ରଖାଯାଇଥିଲା । ସିକ୍ରେଟ ଚାମ୍ବର ଭିତରୁ ଗୋଟିଏ ପରେ ଗୋଟିଏ ଏପରି ୪୭ ଖଣ୍ଡ ରୂପା ଇଟା ବାହାରିଥିଲା । କେବଳ ସେତିକି ନୁହେଁ କାର ଭିତରୁ ବହୁ ମାତ୍ରାରେ ରୂପା ପାଉଁଜି, ରୂପାର ହାତ ଓ ଗୋଡ ମୁଦି, ଚୁଡି, ବ୍ରେସଲେଟ, ଚେନ ଆଦି ରୂପା ଅଳଙ୍କାର ମିଳିଥିଲା । ତେବେ ଏହି ଘଟଣାରେ ଗାଡିର ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ସମୟରେ ସେମାନଙ୍କ ଠାରୁ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ:OCS Exam: ଅକ୍ଟୋବର 16 ତାରିଖରେ ପ୍ରିଲିମନାରୀ ପରୀକ୍ଷା