ଓଡିଶା

odisha

ETV Bharat / city

'IPLରେ ଚମକିବେ ଭାରତୀୟ, ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱକପ ଟ୍ରଫି ହାତେଇବା ସୁଯୋଗ'

ଦୁବାଇରେ ଆଜିଠାରୁ ଆରମ୍ଭ ହେବ IPL 2021ର ଦ୍ବିତୀୟ ପର୍ଯ୍ୟାୟ । ତେବେ ଏହି ମ୍ୟାଚ ଭାରତ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । କାରଣ ଆଇପିଏଲ ସରିବା ମାତ୍ରେ ଟି-୨୦ ବିଶ୍ବକପ୍‌ର ବିଗୁଲ ବାଜିବ । ଅଧିକ ପଢ଼ନ୍ତୁ...

IPLରେ ଚମକିବେ ଭାରତୀୟ, ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱକପ ଟ୍ରଫି ହାତେଇବା ସୁଯୋଗ
IPLରେ ଚମକିବେ ଭାରତୀୟ, ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱକପ ଟ୍ରଫି ହାତେଇବା ସୁଯୋଗ

By

Published : Sep 19, 2021, 4:30 PM IST

କଟକ:ଦୁବାଇରେ ଆଜିଠାରୁ ଆରମ୍ଭ ହେବ IPL 2021ର ଦ୍ବିତୀୟ ପର୍ଯ୍ୟାୟ । ଆଜିର ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଏପ୍ରିଲ 9 ତାରିଖରୁ ଭାରତରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ କୋଭିଡ ସଂକ୍ରମଣ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ଅବଶିଷ୍ଟ ମ୍ୟାଚ୍‌ ଭାରତ ବାହାରେ ଖେଳାଯିବାକୁ ସ୍ଥିର କରିଛି BCCI । ତେବେ ଏହି ମ୍ୟାଚ ଭାରତ ପାଇଁ ଲାଭ ଦାୟକ ହେବ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । କାରଣ ଆଇପିଏଲ ସରିବା ମାତ୍ରେ ଟି-୨୦ ବିଶ୍ବକପ୍‌ର ବିଗୁଲ ବାଜିବ ।

IPLରେ ଚମକିବେ ଭାରତୀୟ, ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱକପ ଟ୍ରଫି ହାତେଇବା ସୁଯୋଗ

ଚଳିତବର୍ଷ ଆଇପିଏଲ ୨୦୨୧ରେ ଅଦ୍ୟାବଧି ଖେଳାଯାଇଛି 29ଟି ମ୍ୟାଚ । 12 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍‌ସ । ଏହାପରେ ଦ୍ବିତୀୟ ସ୍ଥାନରେ ଚେନ୍ନାଇ ସୁପରକିଙ୍ଗ୍ସ ରହିଥିବାବେଳେ ତୃତୀୟ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରହିଛି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ଏହି ସଂସ୍କରଣ ପୁନଃ ଆଜିଠୁ ଆରମ୍ଭ ହୋଇ ଅକ୍ଟୋବର 15 ପର୍ଯ୍ୟନ୍ତ ଖେଳାଯିବ । ଏହାକୁ ନେଇ ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ କହିଛନ୍ତି ଯେ, "ଏହି ମେଗା ପ୍ରତିଯୋଗିତା ଭାରତ ପାଇଁ ଲାଭ ଦାୟକ ହେବ । କାରଣ ଆଇପିଏଲ ସରିବା ମାତ୍ରାରେ ହିଁ ଟି-20 ବିଶ୍ୱକପ ଆରମ୍ଭ ହେବ। ତାହା ପୁଣି ୟୁଏଇରେ ଖେଳାଯିବ । IPLରେ ଭାରତୀୟ ଖେଳାଳି ନିହାତି ଭଲ ପଦର୍ଶନ କରିବେ । କାରଣ ବିଗତ ବର୍ଷ ମଧ୍ୟ ୟୁଏଇରେ ଆଇପିଏଲ ଖେଳାଯାଇଥିଲା । ତେବେ ବିଶ୍ୱକପ ହାତେଇବା ପାଇଁ ଭାରତୀୟ ଦଳ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି ।"

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details