ଓଡିଶା

odisha

ETV Bharat / city

ଶଙ୍କା ବଢାଉଛି ପ୍ୟାକେଜ: ‘ଜାଗା ନିଅ କିନ୍ତୁ ବାସ ଦିଅ’ - ଏସସିବି ହେବ ବିଶ୍ବସ୍ତରୀୟ

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ପ୍ରକଳ୍ପ କାର୍ଯ୍ୟ । ଏସସିବି ମେଡ଼ିକାଲକୁ ବିଶ୍ବସ୍ତରୀୟ କରିବା ନେଇ ତ୍ବରିତ ଦିଗରେ କାର୍ଯ୍ୟକ୍ଷମ ହେବ ଉଚ୍ଛେଦ କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ପରେ ଉଜ୍ଜିବୀତ ହୋଇଛି ଆଶା । ହେଲେ ନିଜ ବାସସ୍ଥାନ ହରାଉଥିବା ବସ୍ତିବାସିନ୍ଦା କିନ୍ତୁ ହୋଇଛନ୍ତି ନିରାଶ ।

eviction-in-cuttck
eviction-in-cuttck

By

Published : Jan 25, 2020, 9:29 PM IST

କଟକ: ଘୋଷଣା ସରିଛି ପ୍ୟାକେଜ । ଚିହ୍ନଟ ସରିଛି ସ୍ଥାନ । କେବଳ ବାକି ରହିଛି ଉଚ୍ଛେଦ ପ୍ରକ୍ରିୟା । କିନ୍ତୁ ପ୍ୟାକେଜ ଘୋଷଣା ପରେ ହଡବଡେଇ ହୋଇଯାଇଛନ୍ତି ବସ୍ତିବାସୀନ୍ଦା । ଆମକୁ ଟଙ୍କା ନୁହେଁ ବାସ ଖଣ୍ଡେ ଦିଆଯାଉ ବୋଲି ମିବେଦନ କରିଛନ୍ତି ଅଧିବାସୀ ।

ଟଙ୍କା ନୁହେଁ ବାସ ଗୋଟେ ଦିଅ ନବୀନ

ତିନି ପୁରୁଷ ଧରି ରହି ଆସୁଥିବା ଭିଟା ମାଟିକୁ ତ ଆପଣ ନେଇଯିବେ । ସେଥିରେ କିଛି ମନ ଦୁଃଖ ନାହିଁ । କିନ୍ତୁ ଘର ଗଲେ ଗୋଟେ ଘର ତ ଦରକାର । ଟଙ୍କା ନେଲେ କଣ ହେବ । ଘର ଟେ ଦିଅ ଆଉ ଆମ ମାନଙ୍କୁ ବିପଦ ରୁ ରକ୍ଷା କର ଏପରି କହିଛନ୍ତି ବସ୍ତି ବାସୀନ୍ଦା ।

ଏସସିବି ମେଡିକାଲକୁ ବିଶ୍ବସ୍ତରରେ ପରିଚୟ ପ୍ରଦାନ କରିବା ନେଇ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅତ୍ୟାଧୁନିକ ଚିକିତ୍ସା ଓ ମେଡିକାଲକୁ ସଂପ୍ରସାରଣ କରିବେ ନେଇ ସରକାରୀ ସ୍ତରରେ ହୋଇଛି ଘୋଷଣା । ତେବେ ଏହି ବଡ଼ କଳ୍ପନା ମଧ୍ୟରେ ନିଜର ବାସ ହରାଇବେ ବସ୍ତି ବାସୀନ୍ଦା । ତେବେ ଫ୍ରେବୁଆରୀ 28 ପୂର୍ବରୁ ସରିବ ଜମି ଅଧିଗ୍ରହଣ କାମ । ମାର୍ଚ୍ଚ ପ୍ରଥମରୁ ଆରମ୍ଭ ହେବ କାମ । ତେବେ ଏହାରି ଭିତରେ ନିରାଶ ହୋଇଛନ୍ତି ବସ୍ତି ବାସୀନ୍ଦା।

ସରକାରୀସ୍ତରରେ ବସ୍ତିରେ ରହୁଥିବା ପରିବାର ମାନଙ୍କ ପାଇଁ ଯେତିକି ଆର୍ଥିକ ପ୍ରୋତ୍ସାହନ ଲାଗୁ କରାଯାଇଛି ତାହା ଆମର ଆଵଶ୍ୟକତା ନାହିଁ ବୋଲି କହିଛନ୍ତି ବସ୍ତି ବାସୀନ୍ଦା । କେବେଳ ଟଙ୍କା ସ୍ଥାନରେ ଯଦି ବାସ ଗୃହ ଖଣ୍ଡେ ମିଳନ୍ତା ତେବେ ଆଗମୀ ଦିନରେ ବହୁତ ଭଲରେ ଜୀବନ ଯାପନ କରି ପାରନ୍ତୁ ବୋଲି କହିଛନ୍ତି ବସ୍ତି ବାସୀନ୍ଦା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details