କଟକ: ଏସସିବି ମେଡିକାଲ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ରାଣୀହାଟ ଗେଟ୍ ନିକଟରେ ଥିବା ଅନେକ ବେଆଇନ ଦୋକାନ ଓ ଡକ୍ଟର କ୍ୱାଟର୍ସକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । କାରଣ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମେଡିକାଲ ରୋଡ଼କୁ ଆହୁରି ପ୍ରଶସ୍ତ କରିବା ପାଇଁ ଏସସିବି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଏସସିବି ମେଡିକାଲ ଟ୍ରାଫିକ୍ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ - ଏସସିବି ମେଡିକାଲ ଟ୍ରାଫିକ୍ ସମସ୍ୟା ଦୂର ଲାଗି ସିଏମସିର ଉଚ୍ଛେଦ
ଏସସିବି ମେଡିକାଲ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ରାଣୀହାଟ ଗେଟ୍ ନିକଟରେ ଥିବା ଅନେକ ବେଆଇନ ଦୋକାନ ଓ ଡକ୍ଟର କ୍ୱାଟର୍ସକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ
ଏସିବି ମେଡିକାଲ ଟ୍ରାଫିକ୍ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ
ତେବେ ଏହି ଦିଗକୁ ନଜର ରଖି ସିଏମସି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଉଚ୍ଛେଦକୁ ନେଇ ଦୀର୍ଘଦିନ ହେବ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ମଧ୍ୟରେ ଦୁଃଖ ଦୃଷ୍ଟି ଗୋଚର ହୋଇଛି । ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ଦୋକାନ ପାଇଁ ଅନ୍ୟତ୍ର ଥଇଥାନ ନେଇ ସିଏମସି ସହ ଆଲୋଚନା ହୋଇଛି ବୋଲି ଏସସିବି ମେଡିକାଲ ପ୍ରଶାସନିକ ଅଧକାରୀ କହିଛନ୍ତି ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ
Last Updated : May 12, 2022, 6:28 PM IST