ଓଡିଶା

odisha

ETV Bharat / city

ଖବର ପ୍ରକାଶ ପରେ ସ୍କୁଲକୁ ଆସିଲା ବିଦ୍ୟୁତ

'ଇଟିଭି ଭାରତ'ର ମହାପ୍ରଭାବ । ଖବର ପ୍ରସାରଣ ପରେ ସ୍କୁଲକୁ ଆସିଲା ବିଦ୍ୟୁତ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 4, 2019, 5:11 PM IST

କଟକ: 'ଇଟିଭି ଭାରତ'ର ମହାପ୍ରଭାବ । ଖବର ପ୍ରସାରଣ ପରେ ସ୍କୁଲକୁ ଆସିଲା ବିଦ୍ୟୁତ । ଏମିତି ଘଟଣା ଦେଖିବାକୁ ମିଳିଛି କଟକ ମହାନଗର ନିଗମ ଅନ୍ତର୍ଗତ ଥୋରିଆସାହି ବାଳିକା ଉଚ୍ଚ ବିଦ୍ୟାଳୟରେ । ୯ ମାସ ହେଲା ବିଦ୍ୟୁତ ନଥିବା ନେଇ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ।

ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 9 ମାସ ଧରି ସ୍କୁଲରେ ବିଦ୍ୟୁତ ନଥିବା କାରଣରୁ ସ୍କୁଲରେ ପିଇବା ପାଣି ପାଉନଥିଲେ ଛାତ୍ରୀ । କେବଳ ସେତିକି ନୁହେଁ ଏହା ଯୋଗୁଁ ଶୌଚ ହେବ ପାଇଁ ଛାତ୍ରୀଙ୍କୁ ଘରକୁ ଯିବାକୁ ପଡୁଥିଲା।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ବାଧ୍ୟ ହୋଇ ଅନେକ ଛାତ୍ରୀ ସ୍କୁଲ ଛାଡି ଦେଇଥିବା ଜଣାପଡିଛି । ଏନେଇ 'ଇଟିଭି ଭାରତ'ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ସବୁଠୁ ବଡ଼ କଥା ହେଉଛି ଗତ ଶନିବାର ରାତିରେ ସ୍କୁଲକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା।

ଆଜି ସକାଳୁ ସ୍କୁଲରେ ବିଜୁଳି ଆସିଥିବା ଜାଣିବାକୁ ପାଇଥିଲେ ଛାତ୍ରୀ ଓ ଶିକ୍ଷୟିତ୍ରୀ । ଦୀର୍ଘ ନଅମାସ ପରେ ସ୍କୁଲକୁ ବିଜୁଳି ଆସିବାରୁ ବେଶ ଖୁସି ହୋଇଛନ୍ତି ସମସ୍ତେ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ, ଛାତ୍ରୀ 'ଇଟିଭି ଭାରତ'କୁ କୃତଜ୍ଞତା ଜଣାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details