କଟକ: ଇଟିଭି ଭାରତ ମହାପ୍ରଭାବ । ଗାଡି ଚାଳକଙ୍କୁ ମିଳିଲା ସହାୟତା । ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢାଇଲା ପ୍ରଶାସନ । ଲଡଡାଉନ ସମୟରେ ନିଜର ବୃତ୍ତି ହରାଇଥିବା କଟକ ସିଡ଼ିଏ ଅଞ୍ଚଳରେ ଥିବା ୧୨୬ ଜଣ ଗାଡି ଚାଳକଙ୍କୁ ସାହାଯ୍ୟ କରିଛି ଜିଲ୍ଲା ପ୍ରଶାସନ ।
ତେବେ ଏହି ଗାଡି ଚାଳକଙ୍କ ସମସ୍ୟା ସମ୍ପର୍କରେ ଗତ ୧୫ ତାରିଖରେ ଆମେ ଖବର ପ୍ରସାରଣ କରିଥିଲୁ । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚାଉଳ, ଡାଲି, ଲୁଣ, ଆଳୁ, ତେଲ, ସାବୁନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଇଛି । ଏନେଇ ଚାଳକ ସଙ୍ଘର ସମସ୍ତ ସଦସ୍ୟ ‘ଇଟିଭି ଭାରତ’କୁ କୃତଜ୍ଞତା ଜଣାଇଛନ୍ତି ।