ଓଡିଶା

odisha

By

Published : Oct 17, 2019, 5:16 PM IST

Updated : Oct 17, 2019, 7:19 PM IST

ETV Bharat / city

‘ମୋ ସରକାର’ କେତେ ସଫଳ ? ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ

ଇଟିଭି ଭାରତ କ୍ୟାମେରା ଲେନ୍ସରେ କଏଦ ହେଲା ରାଜ୍ୟର ସବୁଠାରୁ ବଡ କ୍ୟାନସର ହସ୍ପିଟାଲରେ ରୋଗୀସେବାର ନଗ୍ନ ଦୃଶ୍ୟ । ମାତ୍ର ହସ୍ପିଟାଲ ପରିଦର୍ଶନରେ ଯାଇ ସବୁକିଛି ଠିକ ଥିବା କହିଛନ୍ତି ସରକାରୀ ଅଧିକାରୀ । ଜାଣନ୍ତୁ ପୁରା ଖବର...

ଡିଜାଇନ ଫଟୋ

କଟକ: ‘ମୋ ସରକାର’ ଲାଗୁ ପରେ ସମସ୍ତଙ୍କର ଭାବନା ଥିବ ଯେ ଯେଉଁ ବଡ଼ ବଡ଼ ଅଫିସର ମାନେ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କରୁଛନ୍ତି ତାହା ଠିକ ଭାବରେ ହେଉଥିବ ଆଉ ସ୍ଵଚ୍ଛତାର ସହ ହେଉଥିବ। ଏହାଦ୍ବାରା ସାବାଡ଼ ହେବେ ନିୟମ ଖିଲାପକାରୀ ଓ ଉପକୃତ ହେବେ ସାଧାରଣ ଲୋକେ । କିନ୍ତୁ ଆମ ଟିମ ହାତରେ ଲାଗିଛି କିଛି ଏମିତି ସୁରାକ ଯାହା ସରକାରଙ୍କ ଯେଉଁ 5T କାର୍ଯ୍ୟକ୍ରମ ହେଉ ବା ମୋ ସରକାର ଯୋଜନା ତାହା ପଦାରେ ପକାଇଛି ।

ହସ୍ପିଟାଲରେ ସବୁ କିଛି ଫିଟ ଆଣ୍ଡ ଫାଇନ । ମାନେ ସବୁ ଠିକ ଅଛି । ରୋଗୀଙ୍କ ସହ କଥା ହେଲୁ ଆଉ ଜାଣିଲୁ ସବୁ କିଛି ସଠିକ ଢଙ୍ଗରେ ଚାଲିଛି । ହେଲେ କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଏ ଚିତ୍ର ହେଉଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର । ଏଠି ସେଠି ଯେଉଁଠି ଦେଖିଲେ ଚଟାଣରେ ଗଡୁଛନ୍ତି ରୋଗୀ । ଆଉ ଜାକିଜୁକି ହୋଇ ପାଖରେ ବସିଛନ୍ତି ରୋଗୀଙ୍କ ସମ୍ପର୍କୀୟ । କେବଳ ଏତିକି ନୁହେଁ ରାଜ୍ୟର ସବୁଠାରୁ ବଡ କ୍ୟାନ୍ସର ହସ୍ପିଟାଲରେ ରୋଗୀ ଏବେ ନାକେଦମ । ମାସ ମାସ ଧରି ଅପେକ୍ଷା ପରେ ବି ରିପୋର୍ଟ କି ଚିକିତ୍ସା ନପାଇ ଏଠି ସେଠି ଦୌଡି ଦୌଡି ଗୋଡରୁ ଚପଲ ଛିଡିଗଲାଣି । ହେଲେ ସରକାରୀ ଅଧିକାରୀ କହୁଛନ୍ତି ସବୁ କିଛି ଠିକ ଚାଲିଛି ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ପୁରା ହସ୍ପିଟାଲର ଦୃଶ୍ୟ । ଏ ହେଉଛନ୍ତି ଗୋପାଳପୁରରୁ ଆସିଥିବା ପ୍ରତାପ ନାୟକ। ଲିଭର ସମସ୍ୟା ଯୋଗୁଁ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ବ ସମୟ ହେବ ମେଡିକାଲ ବାରଣ୍ଡାରେ ପଡି ରହିଛନ୍ତି। ମାତ୍ର ଚିକିତ୍ସା ବଦଳରେ ଏପଟେ ସେପଟ କରି ହଇରାଣ କରୁଥିବା କ୍ୟାମେରା ଆଗରେ ବଖାଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । କେବଳ ପ୍ରତାପ ନୁହଁନ୍ତି ତାଙ୍କ ଭଳି ସମସ୍ୟାରେ ଜୁଝୁଛନ୍ତି ଆଉ ଜଣେ ରୋଗୀ ସୁମିତ୍ରା । ଧୈର୍ଯ୍ୟର ବାଡ ଭାଙ୍ଗିବା ପରେ ବିନା ଚିକିତ୍ସାରେ ଏବେ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ସୁମିତ୍ରାଙ୍କ ପୁଅ ଦୀପକ ।

କୋମାରେ ସ୍ବାସ୍ଥ୍ୟସେବା । ଏଚିତ୍ର ଦେଖିଲେ ମୋ ସରକାର କେବଳ ପ୍ରହସନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ବଡ଼ ବଡ଼ ଅଧିକାରୀ ମାନେ ଧର୍ମକୁ ଆଖି ଠାର ମାରିବା ଭଳି ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 17, 2019, 7:19 PM IST

ABOUT THE AUTHOR

...view details