କଟକ: ସିଲଭର ସିଟିରେ ବ୍ୟାପିବାରେ ଲାଗିଛି କୋରୋନା କାୟା । ଏମିତିରେ ଶନିବାର କଟକ ମହାନଗର ନିଗମ ଆକାଉଣ୍ଟ ବିଭାଗର ଜଣେ କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକାଉଣ୍ଟ ବିଭାଗକୁ ତୁରନ୍ତ ସାନିଟାଇଜ କରାଯିବା ସହ ଆସନ୍ତା 48 ଘଣ୍ଟା ପାଇଁ ବିଭାଗକୁ ସିଲ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସିଏମସି ଆକାଉଣ୍ଟ ବିଭାଗର ଜଣେ କର୍ମଚାରୀଙ୍କୁ କୋରୋନା, ସିଲ ହେଲା ସେକ୍ସନ - କଟକରେ କୋରୋନା ସ୍ଥିତି
ସିଲଭର ସିଟିରେ ବ୍ୟାପିବାରେ ଲାଗିଛି କୋରୋନା କାୟା । ଏମିତିରେ ଶନିବାର କଟକ ମହାନଗର ନିଗମ ଆକାଉଣ୍ଟ ବିଭାଗର ଜଣେ କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
![ସିଏମସି ଆକାଉଣ୍ଟ ବିଭାଗର ଜଣେ କର୍ମଚାରୀଙ୍କୁ କୋରୋନା, ସିଲ ହେଲା ସେକ୍ସନ cmc accounts department, employee tested positive in cmc, corona update in cuttack, corona situation in cuttack, cuttack latest news, ସିଏମସି ଆକାଉଣ୍ଟ ବିଭାଗ, ସିଏମସିରେ କର୍ମଚାରୀ କୋରୋନା ସଂକ୍ରମିତ, କଟକରେ କୋରୋନା ଅପଡେଟ, କଟକରେ କୋରୋନା ସ୍ଥିତି, କଟକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-8167780-13-8167780-1595669011262.jpg)
ସିଏମସି ଆକାଉଣ୍ଟ ବିଭାଗରେ କର୍ମଚାରୀ ସଂକ୍ରମିତ, ସିଲ ହେଲା ସେକ୍ସନ
ସେପଟେ ସଦ୍ୟ ଚିହ୍ନଟ ସଂକ୍ରମିତ କର୍ମଚାରୀଙ୍କ ସହ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରବିବାର ସମସ୍ତ ଅଧିକାରୀଙ୍କ ସ୍ବାବ ପରୀକ୍ଷା କରାଯିବା ନେଇ ସୂଚନା ରହିଛି । ଏଥିସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ମଧ୍ୟ ସିଏମସି ସ୍ପଷ୍ଟ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ