କଟକ:ସିଲଭରସିଟିରୁ ଗିରଫ ହେଲେ ଛିନତାଇ ଗ୍ୟାଙ୍ଗ । 11 କୁଖ୍ୟାତ ଲୁଟେରାଙ୍କ ହାତରେ ଆଜି (ବୁଧବାର) ହ୍ୟାଣ୍ଡକପ ପକାଇଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କଟକ ଜିଲ୍ଲା ଚୌଦ୍ବାର ଥାନା ଅଞ୍ଚଳରୁ 7 ଜଣ ଓ ଚଉଳିଆଗଞ୍ଜ ଥାନା ଅଞ୍ଚଳରୁ 4 ଜଣ କୁଖ୍ୟାତ ଲୁଟେରାଙ୍କୁ ପୋଲିସ ଗିରଫ କରିଛି।
ସିଲଭରସିଟିରୁ 11 କୁଖ୍ୟାତ ଲୁଟେରା ଗିରଫ - Cuttack silver city
ଯୁବକ, ଯୁବତୀଙ୍କ ଠାରୁ ମୋବାଇଲ ଫୋନ, ଗହଣା ଛିନତାଇ ଲୁଟ୍ ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...
ସିଲଭରସିଟିରୁ 11 କୁଖ୍ୟାତ ଛିନତାଇ ଲୁଟେରା ଗିରଫ
ସେମାନଙ୍କ ନିକଟରୁ 168 ଗ୍ରାମର ସୁନା ଗହଣା , 20ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ। ପ୍ରଥମ ଥର ଲାଗି କମିଶନରେଟ ପୋଲିସ ହାତରେ ଧରାପଡିଥିବା ଏହି ଦୁଇ ଗ୍ୟାଙ୍ଗ ନାଁରେ ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଥିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ