କଟକ: ଯୋବ୍ରା ବ୍ୟାରେଜ୍ରୁ ଆଜି(ରବିବାର) ଏକ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ବନ ବିଭାଗ ପକ୍ଷରୁ ମଧ୍ୟ ଏନେଇ କିଛି ସ୍ପଷ୍ଟ କରାଯାଇ ନଥିବାବେଳେ ବର୍ତ୍ତମାନ ସୁଦ୍ଧା ମୃତ ହାତୀଟିକୁ ଉଦ୍ଧାର କରାଯାଇ ପାରିନାହିଁ ।
ଯୋବ୍ରା ବ୍ୟାରେଜରେ ଦନ୍ତା ହାତୀର ମୃତଦେହ ଠାବ ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏଥିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ହେବା ସହ ଓଡ୍ରାଫ୍ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
ଯୋବ୍ରା ବ୍ୟାରେଜରେ ଦନ୍ତା ହାତୀର ମୃତଦେହ ଠାବ ବୋଟ୍ ଦୁର୍ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ନଦୀ ଭିତରେ ସେମିତି ଛିଡ଼ା ହୋଇ ରହିଥିଲା । ଲୋକେ ନିଆଁ ଲଗାଇ ତାକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଶନିବାର ସକାଳେ ହାତୀଟି ସେଠାରେ ଆଉ ନଥିଲା । ହାତୀଟି ସୁରକ୍ଷିତ ଭାବେ ସେଠାରୁ ଚାଲି ଯାଇଥିଲା କି ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲା, ସେନେଇ ବନ ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନଥିଲା । ଆଜି ଯୋବ୍ରା ବ୍ରିଜ ନିକଟରେ ଏକ ହାତୀର ଗୋଡ ଦେଖାଯାଉଛି । ତେବେ ଏହି ହାତୀଟି ସେହି ଦନ୍ତା ହାତୀକି ନୁହଁ ତାହା ସ୍ପଷ୍ଟ ହୋଇନାହିଁ ।
ସେପଟେ ଯୋବ୍ରା ବ୍ୟାରେଜ ନିକଚରେ ଲାଖି ରହିଥିବା ହାତୀଟିକୁ ଉଦ୍ଧାର କରିବାକୁ ବନବିଭାଗ ବନ୍ଧ ଖୋଲିଥିବା ବେଳେ ହାତୀଟି ନଦୀର ପାଣି ସ୍ରୋତରେ ଆଗକୁ ଭାସି ଯାଇଥିବା ଦେଖିବାକୁ ମିଳିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ