ଓଡିଶା

odisha

ETV Bharat / city

ଚୌଦ୍ବାରରେ ନାକେଦମ୍‌ କଲେ ଦୁଇ ହାତୀ - Elephant damaged paddy and land in chaudwar

କଟକ ବନଖଣ୍ଡ ଡାଳିଜୋଡା ରେଞ୍ଜ ଚୌଦ୍ବାର ଅଞ୍ଚଳରେ ୧୧ ହାତୀପଲଙ୍କ ଉପଦ୍ରବ ସୋମବାର ଦେଖିବାକୁ ମିଳିଥିଲା । ୧୧ଟି ହାତୀପଲ ମଧ୍ୟରୁ ଦୁଇଟି ହାତୀ ଅନ୍ୟତ୍ର ରହି ଯାଇଥିବାରୁ ବନବିଭାଗ ସେମାନଙ୍କୁ ଘଉଡାଇବାକୁ ନାକେଦମ ହୋଇପଡ଼ିଥିଲେ।

elephant in chaudwar
ଚୌଦ୍ବାରରେ ନାକେଦମ୍‌ କଲେ ଦୁଇ ହାତୀ

By

Published : Dec 24, 2019, 4:50 AM IST

Updated : Dec 24, 2019, 6:38 AM IST

କଟକ: ବନଖଣ୍ଡ ଡାଳିଜୋଡା ରେଞ୍ଜ ଚୌଦ୍ବାର ଅଞ୍ଚଳରେ ୧୧ ହାତୀପଲଙ୍କ ଉପଦ୍ରବ ସୋମବାର ଦେଖିବାକୁ ମିଳିଥିଲା । ୧୧ ହାତୀପଲ ୫୫ ନମ୍ବର ଜାତୀୟ ରାଜପଥ କଜଳକଣାରୁ ବାଣୀପଦା ଜଙ୍ଗଲକୁ ଯାଉଥିବା ସମୟରେ ଦୁଇଟି ହାତୀ ରାସ୍ତା ସମ୍ପ୍ରସାରଣ ହେଉଥିବା ଗାତରେ ପଡି ଯିବାରୁ ହାତୀ ଆତଙ୍କ ଖେଳାଇଥିଲେ ।

ଚୌଦ୍ବାରରେ ନାକେଦମ୍‌ କଲେ ଦୁଇ ହାତୀ

ଦୀର୍ଘ ସମୟ ଧରି ରାସ୍ତା ଉପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ ଚୌଦ୍ବାର ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରି ବହୁତ ସମୟ ପରେ ହାତୀ ମାନଙ୍କୁ ଘଉଡ଼ାଇଥିଲେ । ୧୧ଟି ହାତୀପଲ ମଧ୍ୟରୁ ଦୁଇଟି ହାତୀ ଅନ୍ୟତ୍ର ରହି ଯାଇଥିବାରୁ ବନବିଭାଗ ସେମାନଙ୍କୁ ଘଉଡାଇବାକୁ ନାକେଦମ ହୋଇପଡ଼ିଥିଲେ।

ବନବିଭାଗ ହାତୀ ଘଉଡାଇବା ପରେ ଗାଡି ଚଳାଚଳ ସ୍ବାଭିବିକ ହୋଇଥିଲା । ଅନ୍ୟପଟେ ହାତୀ ଉପଦ୍ରବରେ ଚୈଦ୍ବାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନବିଭାଗ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଥିବାବେଳେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଚାଷ ଜମି କ୍ଷତି ହୋଇଛି ବୋଲି ବନବିଭାଗ ସଫେଇ ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 24, 2019, 6:38 AM IST

ABOUT THE AUTHOR

...view details