ଓଡିଶା

odisha

ETV Bharat / city

ବିଦ୍ୟୁତ୍ ଠିକାଦାର ସଂଘର ଚେତାବନୀ, ଦାବି ନ ଶୁଣିଲେ ଆନ୍ଦୋଳନ - ଟାଟା ପାୱାର

ରାଜ୍ୟ ସରକାରଙ୍କ ଅଣଓଡ଼ିଆ ପ୍ରେମ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଓଡ଼ିଶାର ବିଦ୍ୟୁତ୍ ଠିକାଦାର। ଦାବି ନ ଶୁଣିଲେ ହେବ ବଡ ଆନ୍ଦୋଳନ । ଅଧିକ ପଢନ୍ତୁ...

electricity contractor association
ଓଡ଼ିଶାର ବିଦ୍ୟୁତ୍ ଠିକାଦାର ସଂଘର ଚେତାବନୀ , ଦାବି ନ ଶୁଣିଲେ ଆନ୍ଦୋଳନ

By

Published : Sep 28, 2021, 7:27 PM IST

କଟକ:ରାଜ୍ୟ ସରକାରଙ୍କ ଅଣଓଡ଼ିଆ ପ୍ରେମ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଓଡ଼ିଶାର ବିଦ୍ୟୁତ୍ ଠିକାଦାର । ରାଜ୍ୟର ବିଦ୍ୟୁତ ଠିକାଦାରଙ୍କ ଦାବିକୁ ସରକାର ମାନି ନିଅନ୍ତୁ । ଯଦି ସରକାର ଦାବିକୁ ନ ମାନନ୍ତି, ତେବେ ଆଗକୁ ଜୋରଦାର ଆନ୍ଦୋଳନ ହେବ ।

ଓଡ଼ିଶାର ବିଦ୍ୟୁତ୍ ଠିକାଦାର ସଂଘର ଚେତାବନୀ , ଦାବି ନ ଶୁଣିଲେ ଆନ୍ଦୋଳନ

ଟାଟା ପାୱାର ଓଡିଶା ବିଦ୍ୟୁତ ବିଭାଗରେ ପ୍ରବେଶ କରିବା ପରେ ନାନା ସମସ୍ୟା ଭୋଗୁଛନ୍ତି ଓଡ଼ିଶାର ବିଦ୍ୟୁତ୍ ଠିକାଦାର । ରାଜ୍ୟ ସରକାରଙ୍କ ଅଣଓଡ଼ିଆ ପ୍ରେମ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଓଡ଼ିଶାର ବିଦ୍ୟୁତ୍ ଠିକାଦାର । ବିଦ୍ୟୁତ ବିଭାଗର ସମସ୍ତ ଠିକା କାର୍ଯ୍ୟ ରାଜ୍ୟ ବାହାରର ଠିକାଦାରଙ୍କୁ ଦେଉଛି ଟାଟା ପାୱାର। ଯାହା ଫଳରେ କ୍ଷତି ସହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ବିଦ୍ୟୁତ୍ ଠିକାଦାର। ଖାଲି ଏତିକି ନୁହେଁ, ଅଣ ଓଡ଼ିଆ ଠିକାଦାର ପ୍ରେମ ଯୋଗୁଁ ରାଜ୍ୟର ଉପଭୋକ୍ତାଙ୍କ ଉପରେ ବିଲ୍ ବୋଝ ପଡ଼ୁଛି ।

ସେପଟେ ଓଡ଼ିଶା ବିଦ୍ୟୁତ୍ ଠିକାଦାର ସଂଘର ଦାବିକୁ ଯଦି ଆଗାମୀ ଦିନରେ ସରକାର ଦୃଷ୍ଟି ନ ଦିଅନ୍ତି, ତେବେ ଏକ ବଡ଼ ଜନ ଆନ୍ଦୋଳନର ସାମ୍ନା କରିବେ ସରକାର ବୋଲି ଚେତାବନୀ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details