ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ଜଳକ୍ରୀଡା ଏକାଦଶୀ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ଜଳକ୍ରୀଡା ଏକାଦଶୀ ନୀତି ସମ୍ପନ୍ନ । ଦୀର୍ଘ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଗତକାଲି ଠାରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ekadasi mahaprabhu jagannath on chandan yatra
ମହାପ୍ରଭୁଙ୍କ ଜଳକ୍ରୀଡା ଏକାଦଶୀ ନୀତି

By

Published : Jun 6, 2021, 7:22 PM IST

ପୁରୀ: ମହାପ୍ରଭୁଙ୍କ ଜଳକ୍ରୀଡା ଏକାଦଶୀ ନୀତି ସମ୍ପନ୍ନ । ଦୀର୍ଘ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଗତକାଲି ଠାରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି।

ekadasi mahaprabhu jagannath on chandan yatra

ଆଜି ପବିତ୍ର ଜଳକ୍ରୀଡ଼ା ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ୫ ଟା 50 ରେ ଦ୍ବାରଫିଟା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ପୂଜା ପରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସେବାୟତ ମାନେ ସମ୍ପାଦନ କରୁଛନ୍ତି । ଭୋଗମଣ୍ତପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ଜଳକ୍ରୀଡ଼ା କରିଥାନ୍ତି। ଆଜି ଅଚଳା ବା ଜଳକ୍ରୀଡ଼ା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଛି। ତେବେ ଯାତ ଭୋଗ ଲାଗି ହେବା ପରେ ମହାପ୍ରଭୁଙ୍କ ଏହି ଜଳକ୍ରୀଡ଼ା ନିତି ସମ୍ପନ୍ନ ହୋଇଥାଏ। ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡ଼ା ମଣ୍ତପରେ ସାବିତ୍ରୀ ଅମାବାସ୍ୟା, ଶୀତଳଶଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ମଧ୍ୟ ମହାପ୍ରଭୁଙ୍କର ଏହି ଜଳକ୍ରୀଡ଼ା ନିତୀ ଅନୁଷ୍ଠିତ ହେବ।

ଅକ୍ଷୟ ତୃତୀୟା ଠାରୁ 21 ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳ କ୍ରୀଡା କରିଥାନ୍ତି । 21 ଦିନ ପରେ ଶ୍ରୀମନ୍ଦିର ଭିତରେ ଏହି ନୀତି ହୋଇଥାଏ । 42 ଦିନ ବ୍ୟାପୀ ଏହି ନୀତି ହେଉଥିବା ବେଳେ ଏହାକୁ ଚନ୍ଦନଯାତ୍ରା କୁହାଯାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details