ଓଡିଶା

odisha

ETV Bharat / city

Eid-Ul-Fitr 2022: ଧୁମଧାମରେ ଇଦ୍ ପାଳୁଛି ସିଲଭର ସିଟି - କଟକରେ ଇଦ୍ ପାଳନ

ଆଜି ପବିତ୍ର ଇଦ୍-ଉଲ୍-ଫିତର୍ । ଭାଇଚାରାର ସହର କଟକରେ ସବୁ ଧର୍ମର ଲୋକ ମିଶି ପାଳନ କଲେ ଇଦ୍ । ଅଧିକ ପଢନ୍ତୁ

ଧୁମଧାମରେ ଇଦ୍ ପାଳୁଛି ସିଲଭର ସିଟି
ଧୁମଧାମରେ ଇଦ୍ ପାଳୁଛି ସିଲଭର ସିଟି

By

Published : May 3, 2022, 11:58 AM IST

Updated : May 3, 2022, 12:16 PM IST

କଟକ: ଆଜି ପବିତ୍ର ଇଦ୍-ଉଲ୍-ଫିତର୍ । ଇଦ୍‌ର ଅର୍ଥ ଖୁସି ଓ ଫିତର ଅର୍ଥ ଦାନ । ଇଦ୍ ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଆଜି ଧୁମଧାମରେ ପାଳନ ହୋଇଛି ଏହି ପବିତ୍ର ପର୍ବ । ଭାଇଚାରାରା ସହର କଟକରେ ସବୁ ଧର୍ମର ଲୋକ ମିଶି ଏହି ପର୍ବକୁ ପାଳନ କରିଛନ୍ତି ।

Eid-Ul-Fitr 2022: ଧୁମଧାମରେ ଇଦ୍ ପାଳୁଛି ସିଲଭର ସିଟି

ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ । ମାସ ସାରା ରୋଜା (ଉପବାସ), ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯିବାର ପରମ୍ପରା ରହିଥାଏ । ଏହି କର୍ମରେ ମୁସଲମାନ ଶ୍ରଦ୍ଧାଳୁମାନେ ଭୋର ସମୟରୁ ଉଠି ଉପବାସ ରଖନ୍ତି ।

ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ମାସର ୩୦ ଦିନ ଧରି ରୋଜା ରଖିବା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ ବୋଲି ବିଶ୍ବାସ ରହିଛି । ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ବାସ ରହିଛି । ଆଜି ପବିତ୍ର ରମଜାନ ମାସର ଶେଷ ଦିନ ବୋଲି କୁହାଯାଏ । ତେବେ ଦୁଇବର୍ଷ ବ୍ୟବଧାନ ପାରେ ଏହି ପବିତ୍ର ପର୍ବ ପାଳନ କରି କଟକର ମୁସଲିମ ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକଟ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 3, 2022, 12:16 PM IST

ABOUT THE AUTHOR

...view details