ଓଡିଶା

odisha

ETV Bharat / city

Eid Al Adha: ଭାଇଚାରା ସହରରେ ବଳିଦାନର ପର୍ବ

ଆଜି ହେଇଛି ପବିତ୍ର ଇଦ୍-ଉଲ-ଜୁହା ବା ବକର-ଇଦ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି। ଅଧିକ ପଢ଼ନ୍ତୁ

By

Published : Jul 10, 2022, 1:09 PM IST

eid al adha celebration in cuttack
Eid Al Adha: ଭାଇଚାରା ସହରରେ ବଳିଦାନର ପର୍ବ

କଟକ: ଆଜି ହେଇଛି ପବିତ୍ର ଇଦ୍-ଉଲ-ଜୁହା ବା ବକର-ଇଦ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ ବକର-ଇଦରେ ସାମୂହିକ ନମାଜ ପାଠ କରିଥିବାରୁ ଇସଲାମ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳିଛି ।

Eid Al Adha: ଭାଇଚାରା ସହରରେ ବଳିଦାନର ପର୍ବ

କଦମ ରସୁଲ, ଇଦ୍ଗାହ, ଛୋଟୀ ମସଜିଦ, ବଡ଼ି ମସଜିଦ, ପଲଟନ ମସଜିଦ ଓ ଜାମା ମସଜିଦରେ ସ୍ୱତନ୍ତ୍ର ନମାଜ ପାଠ କରାଯାଇଛି।ତ୍ୟାଗ, ସମର୍ପଣ ଓ ଉତ୍ସର୍ଗର ପର୍ବକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ । ତେବେ କୋଭିଡ କଟକଣା ଭିତରେ ସବୁ କିଛି ଆୟୋଜନ କରାଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details