କଟକ:ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା । ଆଜି ଥାନାରେ ତଥାକଥିତ ଓ୍ବେବ ପୋର୍ଟାଲର ୨ ସାମ୍ବାଦିକ ହାଜର ହୋଇଛନ୍ତି । ତେବେ ଜେରା ପାଇଁ ମଙ୍ଗଳବାର ସମନ ଜାରି କରିଥିଲା କଟକ ମଙ୍ଗଳାବାଗ ପୋଲିସ।
ଦୁଷ୍ମନ୍ତ ମୃତ୍ୟୁ ମାମଲା, ଥାନାରେ ହାଜର ହେଲେ ଦୁଇ ସାମ୍ୱାଦିକ - ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲା
ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ୱେବ ପୋର୍ଟାଲ ସାମ୍ବାଦିକ । ମଙ୍ଗଳବାର ସମନ ଜାରି ହୋଇଥିବା ବେଳେ ଆଜି(ବୁଧବାର) ଜେରା କରୁଛି ପୋଲିସ । ଅଧିକ ପଢନ୍ତୁ...
ଦୁଷ୍ମନ୍ତ ମୃତ୍ୟ ମାମଲା, ଥାନାରେ ହାଜର ହେଲେ ଦୁଇ ୱେବ ସାମ୍ୱାଦିକ
ସୂଚନାନୁସାରେ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଖବର ପ୍ରସାରଣରେ ଉଭୟଙ୍କ ଭୂମିକାକୁ ନେଇ ଜେରା ଆରମ୍ଭ କରିଛି ପୋଲିସ। ଗତ ୮ ତାରିଖରେ ବିଧାନ ସଭା ସମ୍ମୁଖରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ