କଟକ: ଆସିଛି ପାର୍ବଣ । ଧରାଧାମକୁ ଆସିବେ ମା’ ଦୁର୍ଗା । ମା’ଙ୍କ ସ୍ବାଗତ ପାଇଁ ଅପଲକ ନୟନରେ ଚାହିଁ ରହିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ତେବେ ଦୁଇ ଦିନ ପରେ ମା’ ଜଗତଜନନୀଙ୍କ ଦୁର୍ଗାଙ୍କ ସପ୍ତମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ତେବେ ଆଜି ମାଙ୍କ ପାଟ ଶାଢୀ ପିନ୍ଧିବା ବିଧି ସମ୍ପର୍ଣ୍ଣ ହୋଇଛି । ରୀତିନୀତି ଅନୁଯାୟୀ ମାଙ୍କୁ ପାଟ ଶାଢ଼ୀ ପିନ୍ଧା ଯାଇଛି ।
ମା’ ଦୁର୍ଗା ପିନ୍ଧିଲେ ପାଟ ଶାଢୀ - କଟକରେ ଦୁର୍ଗାପୂଜା
ଗୁରୁବାର ମା ଦୁର୍ଗାଙ୍କ ଷଷ୍ଠୀ ପୂଜା । ଏହାର ଦିନକ ପୂର୍ବରୁ ମାଙ୍କ ପାଟଶାଢୀ ପିନ୍ଧିବା ବିଧି ସମ୍ପର୍ଣ୍ଣ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ତେବେ ରଙ୍ଗ କାମ ସରିବା ପରେ ମା ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀଙ୍କର ପାଟ ଶାଢ଼ୀ ପିନ୍ଧା କାର୍ଯ୍ୟ ଗୋପନରେ ସମ୍ପାଦିତ ହୋଇଥିଲା । ଏପଟେ ଗୁରୁବାର ମାଙ୍କ ଷଷ୍ଠୀ ପୂଜା ଥିବାରୁ ପ୍ରସ୍ତୁତି ପର୍ଯ୍ୟାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଦୋଳମୁଣ୍ଡେଇ ପୂଜା କମିଟିରେ ମାଙ୍କ ମୂର୍ତ୍ତିକୁ ଜୀବନ୍ତ ଭାବେ ଗଢି ତୋଳିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବଙ୍ଗୀୟ କାରିଗର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ