କଟକ: ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପାର୍ବଣ ଋତୁ ଉପରେ ଲାଗିଛି କଟକଣା । କେବଳ ସମିତି ପୂଜକରେ ହେବ ଦୁର୍ଗାପୂଜା । ଏନେଇ ସରକାରଙ୍କ ତରଫରୁ ଗାଇଡନାଇନ ଜାରି ହୋଇଛି । ମୂର୍ତ୍ତିର ଉଚ୍ଚତାକୁ ନେଇ ମଧ୍ୟ ଜାରି ହୋଇଛି ଗାଇଡ଼ଲାଇନ । ହେଲେ ଏହାକୁ ବିରୋଧ କରି ମତ ରଖିଛନ୍ତି କଟକର ସମସ୍ତ ପୂଜା କମିଟି ।
ଦୁର୍ଗାପୂଜାରେ କଟକଣା କୋହଳ ପାଇଁ ପୂଜା କମିଟିର ଅପିଲ୍ - ଦୁର୍ଗାପୂଜା
ପାର୍ବଣକୁ ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡ଼ ଲାଇନକୁ କୋହଳ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛି କଟକ ଶାନ୍ତି କମିଟି । ଅଧିକ ପଢନ୍ତୁ...
ଦୁର୍ଗାପୂଜାରେ କୋଭିଡ କଟକଣା କୋହଳ ପାଇଁ ସରକାରଙ୍କୁ ଦାବି କରିବ ପୂଜା କମିଟି
ଦୁର୍ଗାପୂଜାରେ କୋଭିଡ କଟକଣା କୋହଳ ପାଇଁ ସରକାରଙ୍କୁ ଦାବି କରିବ ପୂଜା କମିଟି
ଏପରି ସ୍ଥଳରେ ଗତକାଲି ବସିଥିବା ମହାନଗର ଶାନ୍ତି କମିଟି ବୈଠକରେ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପାର୍ବଣକୁ ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡ଼ ଲାଇନକୁ କୋହଳ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବ ଶାନ୍ତି କମିଟି । ଏନେଇ କମିଟି କହିଛି ଯେ ମା’ ଦୁର୍ଗାଙ୍କ ଉଚ୍ଚତା କମ ବହୁତରେ କୋଭିଡ ବୃଦ୍ଧି କି କମ୍ ହେବନି । ତେଣୁ ସରକାର କଟକରେ ଦୁର୍ଗା ପୂଜାକୁ ଆଶା ଅନୁରୂପ କୋହଳ କରିବେ ବୋଲି ଆଶା ରଖିଛି କଟକ ଶାନ୍ତି କମିଟି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ