ଓଡିଶା

odisha

ETV Bharat / city

ମାଲଗୋଦାମରୁ ୧୩ ପେଟି ନକଲି ସସ ଜବତ, ଜଣେ ଅଟକ - ମାଲଗୋଦାମ ଅଞ୍ଚଳରୁ ନକଲି ସସ ଜବତ

ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି । ମାଲଗୋଦାମରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ । ଗୋଦାମରେ ନକଲି ଟମାଟୋ ସସ ଏବଂ ଚିଲି ସସ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ମାଲଗୋଦାମ ଅଞ୍ଚଳରୁ ପୁଣି ନକଲି ସସ ଜବତ
ମାଲଗୋଦାମ ଅଞ୍ଚଳରୁ ପୁଣି ନକଲି ସସ ଜବତ

By

Published : Jan 13, 2022, 4:21 PM IST

କଟକ: ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ସିଲଭରସିଟି । ମାଲଗୋଦାମରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ । ଗୋଦାମରେ ନକଲି ଟମାଟୋ ସସ ଏବଂ ଚିଲି ସସ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ଚଢ଼ାଉ କରିଥିଲେ । ପେଟି ପେଟି ନକଲି ସସ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।

ମାଲଗୋଦାମ ଅଞ୍ଚଳରୁ ପୁଣି ନକଲି ସସ ଜବତ

ଦୋକାନରୁ ୧୩ ପେଟି ନକଲି ସସ ଜବତ ହୋଇଛି । ଏହି ଘଟଣାରେ ଜଣେ ଦୋକାନୀ ମାଲିକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଏହି ନକଲି ସାମଗ୍ରୀ ବିନା ଲାଇସେନ୍ସରେ ବିକ୍ରୟ କରାଯାଉଥିଲା। ସବୁଠାରୁ ବଡ଼ କଥା ହେଉଛି ଏହାକୁ ବିଭିନ୍ନ ରିଟେଲରଙ୍କୁ ବିକ୍ରି ମଧ୍ୟ କରାଯାଉଥିଲା। କେବେ ଠାରୁ ଏହା ବିକ୍ରୟ ହେଉଥିଲା ତାହାର ତଦନ୍ତ କରୁଛି ପୋଲିସ। ସେହିପରି ଏହାକୁ ପ୍ରସ୍ତୁତ କରାଯାଉଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି ।

ଜବତ ସସ ଗୁଡିକରେ ଯାବତୀୟ ରସାୟନ ମିଶୁଥିବା ଜଣାପଡିଛି । ହାତର ରଙ୍ଗ ଭଳି ଲାଗିଯାଉଛି । ଏହା ସମୂର୍ଣ୍ଣ ହାନିକାରକ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details