ଓଡିଶା

odisha

ETV Bharat / city

କଟକରୁ 20 କୁଇଣ୍ଟାଲରୁ ଊର୍ଦ୍ଧ୍ବ ନକଲି ପଲିଥିନ ଜବତ, ଗୋଦାମ ମାଲିକ ଅଟକ - କଟକ ଖବର

ନକଲି ସାମଗ୍ରୀର ହବ ପାଲଟିଛି ସିଲଭରସିଟି । ଗୋଟିଏ ଗୋଦାମକୁ ସିଲ କରାଯିବା ସହିତ 20 କୁଇଣ୍ଟାଲରୁ ଊର୍ଦ୍ଧ୍ବ ନକଲି ପଲିଥିନ ଜବତ । ଅଧିକ ପଢନ୍ତୁ

କଟକରୁ 20 କୁଇଣ୍ଟାଲରୁ ଉର୍ଦ୍ଧ୍ବ କଲି ପଲିଥିନ ଜବତ: ଜଣେ ଅଟକ
କଟକରୁ 20 କୁଇଣ୍ଟାଲରୁ ଉର୍ଦ୍ଧ୍ବ କଲି ପଲିଥିନ ଜବତ: ଜଣେ ଅଟକ

By

Published : Dec 27, 2021, 6:41 PM IST

କଟକ :ନକଲି ସାମଗ୍ରୀର ହବ ପାଲଟିଛି ସିଲଭରସିଟି । କେତେବେଳେ ନକଲି ଘିଅ କାରଖାନା ଠାବ ହେଉଛି ତ ଆଉ କେତେବେଳେ ନକଲି ସସ ଓ ମସଲା କାରଖାନା । କଟକରେ ନକଲି ସାମଗ୍ରୀକୁ ବନ୍ଦ କରିବା ପାଇଁ ସିଏମସି ଏନଫୋର୍ସମେଣ୍ଟ ସ୍କାର୍ଡ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଆଜି (ସୋମବାର) ସିଏମସି ଏନଫୋର୍ସମେଣ୍ଟ ସ୍କାର୍ଡ ମାଲଗୋଦାମ ଥାନା ପକ୍ଷରୁ ମାଲଗୋଦାମ ଅଞ୍ଚଳରେ ଥିବା ବିଭିନ୍ନ ଜରି ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା ।

କଟକରୁ 20 କୁଇଣ୍ଟାଲରୁ ଉର୍ଦ୍ଧ୍ବ କଲି ପଲିଥିନ ଜବତ: ଜଣେ ଅଟକ

ଏଥିରେ ଗୋଟିଏ ଗୋଦାମକୁ ସିଲ କରାଯିବ ସହିତ 20 କ୍ୟୁଣ୍ଟାଲରୁ ଅଧିକ ସିଙ୍ଗଲ୍ ୟୁଜ୍ ପଲିଥିନ୍ (single use Polythene) ଜବତ ହୋଇଛି । ଯାହା 2018 ମସିହାରୁ ବ୍ୟାନ ରହିଛି । ଏହି ଘଟଣାରେ ଗୋଦାମ ମାଲିକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଏହି ନକଲି ପଲିଥିନ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅବିନାଶ ରାଉତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details