କଟକ:ପୁଣି ମାଟିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ଖାଦ୍ୟ ସାମଗ୍ରୀ । ଭଦିମୂଳ ଓ ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଥିବା ବିଭିନ୍ନ ନକଲି ସାମଗ୍ରୀକୁ ଆଜି(ସୋମବାର) ମାଟିରେ ମିଶାଇ ଦେଇଛି କମିଶନରେଟ ପୋଲିସ ଓ ସିଏମସି । ବିଶେଷକରି ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଅଧିକ ପରିମାଣରେ ରହିଥିବା ଦେଖିବାକୁ ମିଳିଛି ।
ପୁଣି ମାଟିରେ ମିଶିଲା ନକଲି ଖାଦ୍ୟ ସାମଗ୍ରୀ - ସିଏମସି ଖବର
ପୁଣି ମାଟିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ଖାଦ୍ୟ ସମଗ୍ରୀ। ଭଦିମୂଳ ଓ ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଥିବା ବିଭିନ୍ନ ନକଲି ସାମଗ୍ରୀକୁ ମାଟିରେ ମିଶାଇ ଦେଇଛି କମିଶନରେଟ ପୋଲିସ ଓ ସିଏମସି । ଅଧିକ ପଢ଼ନ୍ତୁ...
ଏହି ସବୁ ନକଲି ମସଲା ବା ଖାଦ୍ୟ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜବତ କରିଥିଲା କମିଶନରେଟ ପୋଲିସ ଓ ସିଏମସି। ଖାଦ୍ୟ ସାମଗ୍ରୀରେ ଅପମିଶ୍ରିତ କେମିକାଲ ନ ମିଶାଇବାକୁ ନିବେଦନ କରିଛି ସିଏମସି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଏମସି କମିଶନର।
ଗତ କିଛିଦିନ ହେଲା ସିଲଭର ସିଟି କଟକରେ ନକଲି ଜିନିଷ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଛି। ବିଭିନ୍ନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ଅପମିଶ୍ରିତ ହଳଦୀ ଗୁଣ୍ଡଠାରୁ ଆରମ୍ଭ କରି ନକଲି ସିମେଣ୍ଟ ଜବତ କରିଛି ପ୍ରଶାସନ। ଆଗାମୀ ଦିନରେ ନକଲି କାରଖାନା ଦୃଷ୍ଟିଗୋଚର ହେଲେ ସିଧାସଳଖ ସିଏମସି ଏବଂ ପୋଲିସର ଟାର୍ଗେଟ ହେବେ ସଂପୃକ୍ତ ବ୍ୟକ୍ତି ବିଶେଷ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ