କଟକ: ସିଲଭର ସିଟିରେ ମାତିଛନ୍ତି ଅସାଧୁ ବ୍ୟବସାୟୀ । ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ବିକ୍ରି ହେଉଛି ନକଲ ଡାଲି । ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀର ହବ ପାଲଟିଛି କଟକ ସହର । କମିଶନରେଟ ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି(ବୁଧବାର) କଟକ ମାଲଗୋଦାମର ଏକ ଡ଼ାଲି ଗୋଦାମରେ କରାଯାଇଥିଲା ଚଢାଉ । ଚଢାଉ ସମୟରେ ପ୍ରାୟ 40 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ କରାଯାଇଛି ।
ମାଲଗୋଦାମରେ ଭେଜାଲ ଡାଲି: 40 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ - କଟକ ଖବର
ସିଲଭର ସିଟିରେ ମାତିଛନ୍ତି ଅସାଧୁ ବ୍ୟବସାୟୀ । ମାଲଗୋଦାମର ଏକ ଡ଼ାଲି ଗୋଦାମରେ ଚଢାଉ । ପ୍ରାୟ 40 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ । ଅଧିକ ପଢନ୍ତୁ
ମାଲଗୋଦାମରେ ଭେଜାଲ ଡାଲି :40 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲିକୁ ଜବତ
ତେବେ ଖେସାରୀ ଡ଼ାଲିକୁ ଖାଇବା ଦ୍ବାରା ଲୋକେ ନାନା ପ୍ରକାରର ଶିକାର ହେବା ପରେ 1961 ମସିହାରୁ ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇଥିଲେ । ପରେ ଏହା ବଜାରରେ ମଧ୍ୟ ମିଳୁ ନଥିଲା । କିନ୍ତୁ ମାଲଗୋଦାମର କିଛି ଅସାଧୁ ବ୍ୟବସାୟୀ ଅର୍ଥ ଲୋଭରେ ହରଡ଼ ଡାଲି ସହିତ ଖେସାରୀ ଡ଼ାଲିକୁ ମିଶାଇ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ପରେ କମିଶନରେଟ ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଡ଼ ହୋଇଥିଲା । ତେବେ ଆଗକୁ ମଧ୍ୟ ଏହିଭଳି ରେଡ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ