କଟକ: ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ପୂର୍ବରୁ ଖରାପମାନର ଅନେକ ସାମଗ୍ରୀ ବିକ୍ରି ହେଉଥିବା ଜଣାପଡିଥିବାବେଳେ ଏବେ ନକଲି ଔଷଧ(Duplicate Medicine) କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ଡ୍ରଗ କଣ୍ଟ୍ରୋଲ ବିଭାଗ(Drug control Adminstration raids on medicine stockists) ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
କଟକରେ ପୁଣି ନକଲି ଔଷଧ, ଡ୍ରଗ୍ସ କଣ୍ଟ୍ରୋଲର ଛାନଭିନ୍
କଟକରେ ନକଲି ଔଷଧ କାରବାର ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ (Drug Control Team) । ଅଧିକ ପଢନ୍ତୁ
କଟକରେ ପୁଣି ନକଲି ଔଷଧ , ଡ୍ରଗ୍ସ କଣ୍ଟ୍ରୋଲର ଛାନ ଭିନ
ଏକ ନାମୀଦାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ଅଭିଯୋଗ ହେବାପରେ ଚଢ଼ାଉ ଆରମ୍ଭ ହୋଇଛି, ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି । ତେବେ ପୂର୍ବରୁ କଟକ ଜଗତପୁରରୁ ଅପମିଶ୍ରିତ ମୃଦୁ ପାନୀୟ କମ୍ପାନୀ ଠାବ ହୋଇଥିବାବେଳେ, ନକଲି କେକ, ଧୂପକାଠି, ଜିଟରଜେନ, ସସ୍ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା ।
ଇଟିଭି ଭାରତ, କଟକ