କଟକ:ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଐତିହାସିକ ଦୋଳ ମେଲଣ । ବାସ୍ତରୀ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ 25, 22, 19, 16 ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସହଯୋଗରେ 108ରୁ ଊର୍ଦ୍ଧ୍ବ ଦୋଳ ବିମାନ ଏକତ୍ରିତ ହୋଇ ସହର ଭ୍ରମଣ କରିଛନ୍ତି । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଛି ।
ଦୋଳମୁଣ୍ଡାଇ ପଡିଆରେ ପ୍ରଥମେ ଏକତ୍ରିତ ହୋଇ ଏହାପରେ ସହରର ଭ୍ରମଣ ପାଇଁ ବାହାରିଥିଲା ବିମାନ । ପ୍ରଥମେ ସାନ୍ତସାହି, ବଜ୍ରକବାଟି, ରାଣୀହାଟ, ମଙ୍ଗଳାବାଗ, ମଣିସାହୁ ଛକ, ବେପାରୀ ସହି, କୁମ୍ଭାର ସାହି ଦେଇ 72 ମଠରେ ପହଁଚିଥିଲା ସମସ୍ତ ଦୋଳ ବିମାନ । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଛି ।