ଓଡିଶା

odisha

ETV Bharat / city

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନ ଥିବା ଅଭିଯୋଗ

ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଅଭିଯୋଗ
ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଅଭିଯୋଗ

By

Published : Jan 11, 2020, 9:44 AM IST


କଟକ: ଆଠଗଡ ସହରରେ ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡାରେ ୯ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଅଭିଯୋଗ

ତେବେ ଜଣେ ବାଳିକା ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ସମସ୍ତେ ଚିକିତ୍ସତ ହୋଇ ଘରକୁ ଫେରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ମିଳୁନଥିବା ଅଭିଯୋଗ ହୋଇଛି ।

ଆଠଗଡ ସହର କଲେଜ ରୋଡରେ ଏକ ମାଟିଆରଙ୍ଗର କୁକୁର ପାଗଳ ହୋଇ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ କାମୁଡ଼ି ଥିଲା । ଏପରିକି ଲୋକଙ୍କ ଘରେ ପଶି ଲୋକଙ୍କୁ କାମୁଡିଥିଲା କୁକୁର । ତେବେ କୁକୁରକୁ ଖୋଜିବା ପାଇଁ ଉକ୍ତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ହୋଇଯାଇଥିଲା । ପରିସ୍ଥିତି ଏମିତି ହେଲା କି ସ୍ଥାନୀୟ ଲୋକ ଘରୁ ବାହାରିବାକୁ ଭୟ କରିଥିଲେ ।

ଦୀର୍ଘ ୮ ଘଣ୍ଟା ପରେ ସ୍ଥାନୀୟ ଯୁବକମାନେ ପାଗଳ କୁକୁରଟିକୁ ଧରିବାରେ ସକ୍ଷମ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭିରତ

ABOUT THE AUTHOR

...view details