କଟକ: ଜରାଜୀର୍ଣ୍ଣ ଅବସ୍ଥାରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ । ନା ଅଛନ୍ତି ପର୍ଯ୍ୟାପ୍ତ ଡାକ୍ତର, ନା ହୋଇପାରୁଛି ସନ୍ତୋଷ ମୂଳକ ରୋଗୀ ସେବା । ଯାହାକୁ ନେଇ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ତମାମ ଅସୁବିଧା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାର ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏନେଇ ଆଜି ଆରଡିସି କାର୍ଯ୍ୟାଳୟରେ ଅନୁଷ୍ଠିତ ବାଲେଶ୍ଵର ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକରେ ଏହାର ପ୍ରତିକାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
‘ଫକୀରମୋହନ ମେଡିକାଲ କଲେଜରେ ଆସିବ ସୁଧାର’ - fakir mohan medical college
ଖୁବଶୀଘ୍ର ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜରେ ଆସିବ ସୁଧାର । ପୂରଣ ହେବ ଡାକ୍ତର ପଦବୀ । ଏନେଇ ଆଜି ଆରଡିସି କାର୍ଯ୍ୟାଳୟରେ ଅନୁଷ୍ଠିତ ବାଲେଶ୍ଵର ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକରେ ଏହାର ପ୍ରତିକାର ପାଇଁ ନିଷ୍ପତ୍ତି ନିଆଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
କେବଳ ମେଡିକାଲ କଲେଜ ନୁହେଁ ଜିଲ୍ଲାରେ ସମୁଦାୟ 300 ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା 180 ରହିଛନ୍ତି । ତେବେ ଖୁବଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି । ଏହା ସହିତ ବାଲେଶ୍ଵର ମେଡିକାଲର ରୂପରେଖ ମଧ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହେବ ବୋଲି କହିଛନ୍ତି ପ୍ରତାପ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ