କଟକ:ଜିଲ୍ଲା ଆଥଲେଟିକ ସଂଘ ପକ୍ଷରୁ 19 ବର୍ଷରୁ କମ ବାଳକ ଫୁଟବଲ ପ୍ରତିଯୋଗିତା ଆୟୋଜନ । ଏହା ଆଜିଠୁ(ଶନିବାର) ଆରମ୍ଭ ହୋଇ ଆସନ୍ତା ମାସ 26 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ସପ୍ତାହର ଶନିବାର ଓ ରବିବାରରେ ସେମିନାରୀ ବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମୁକାବିଲା ।
ଏହି ପ୍ରତିଯୋଗିତାରେ ମୋଟ 12ଟି ଟିମ ରହିଛନ୍ତି । ସମସ୍ତ ଟିମକୁ ଦୁଇଟି ଗ୍ରୁପରେ ମଧ୍ୟ ଭାଗ କରାଯାଇଛି।
ଓଡିଶା ଫୁଟବଲ ସଙ୍ଘର ପ୍ରତ୍ୟକ୍ଷ ସହଯୋଗରେ ଏହି ମେଗା ପ୍ରତିଯୋଗିତା ଆୟୋଜନ କରିଛି ଜିଲ୍ଲା ଆଥଲେଟିକ ସଂଘ। ଏହାସହ ଜିଲ୍ଲା ଆଥଲେଟିକ୍ ସଂଘ OCA ସହାୟତାରେ ଡିସେମ୍ବର ପ୍ରଥମ ସପ୍ତାହରେ ଆୟୋଜନ କରିବ ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତା ।
ଜିଲ୍ଲା ଆଥଲେଟିକ୍ ସଂଘ ପକ୍ଷରୁ ଜୁନିଅର ଫୁଟବଲ ପ୍ରତିଯୋଗିତା ଆୟୋଜନ ଉଭୟ ସିନିୟର ଓ ଜୁନିଅର ବର୍ଗର ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ। ସମୁଦାୟ 24ଟି ଟିମ ଚୟନ ହୋଇଥିବାନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ଆଥଲେଟିକ୍ ସଂଘ ସମ୍ପାଦକ ଆର୍ଶୀବାଦ ବେହେରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ