କଟକ: ମୌସୁମୀ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଘାରିଲା ବିପର୍ଯ୍ୟୟ ପରିଚାଳନା ଚିନ୍ତା । ମୌସୁମୀ ସମୟରେ କଟକ ଜିଲ୍ଲାରେ ହେଉଥିବା ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ନଦୀବନ୍ଧ ସୃଦୁଢ଼ିକରଣ ସହ ବନ୍ୟା ସମୟରେ ଆବଶ୍ୟକ ହେଉଥିବା ଡ଼ଙ୍ଗା ଖାଦ୍ୟଶସ୍ୟ, ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ମହଜୁଦ୍ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି ।
କଟକ ଜିଲ୍ଲା ପ୍ରଶାସନର ବିପର୍ଯ୍ୟୟ ପରିଚାଳନା ବୈଠକ - କଟକରେ ବିପର୍ଯ୍ୟୟର ମୁକାବିଲା ପ୍ରସ୍ତୁତି
ମୌସୁମୀ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଘାରିଲା ବିପର୍ଯ୍ୟୟ ପରିଚାଳନା ଚିନ୍ତା । ମୌସୁମୀ ସମୟରେ କଟକ ଜିଲ୍ଲାରେ ହେଉଥିବା ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢ଼ନ୍ତୁ
ମୌସୁମୀ ଆଗରୁ ଚେତିଲା ପ୍ରଶାସନ, ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ଅଣ୍ଟା ଭିଡ଼ିଲା
ମୌସୁମୀ ଆଗରୁ ଚେତିଲା ପ୍ରଶାସନ, ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ଅଣ୍ଟା ଭିଡ଼ିଲା
ବିଶେଷକରି ବାଙ୍କୀ, ଆଠଗଡ଼, ବଡ଼ମ୍ବା ଭଳି ବନ୍ୟା ପ୍ଲାବିତ ଅଞ୍ଚକ ଗୁଡିକ ଉପରେ ଅଧିକ ଫୋକସ କରାଯାଇଛି । ଏହି ବୈଠକରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ