ଓଡିଶା

odisha

ETV Bharat / city

ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ, ମୁଖ୍ୟ ବିଚାରପତିଙ୍କ ନିକଟକୁ ଗଲା ମାମଲା - ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ

ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀରେ ପଦୋନ୍ନତି କ୍ଷେତ୍ରରେ ବରିଷ୍ଠତା ପ୍ରସଙ୍ଗ ସଂପର୍କିତ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍)ଙ୍କ ରାୟ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ଖଣ୍ଡପୀଠର ଦୁଇ ଜଣ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଛନ୍ତି। ଅଧିକ ପଢନ୍ତୁ...

ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ
ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ

By

Published : Jun 26, 2021, 10:28 PM IST

କଟକ: ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀରେ ପଦୋନ୍ନତି କ୍ଷେତ୍ରରେ ବରିଷ୍ଠତା ପ୍ରସଙ୍ଗ ସଂପର୍କିତ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍)ଙ୍କ ରାୟ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ଖଣ୍ଡପୀଠର ଦୁଇ ଜଣ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଛନ୍ତି।

ଏଭଳି ସ୍ଥିତିରେ ଓଡ଼ିଶା ହାଇକୋର୍ଟ ନିୟମ ଅନୁସାରେ ଏ ସଂପର୍କିତ ମାମଲାର ତୃତୀୟ ଖଣ୍ଡପୀଠରେ ବିଚାର ହେବ। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାକୁ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସଶସ୍ତ୍ର ପୋଲିସ ବାହନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦୋନ୍ନତି କ୍ଷେତ୍ରରେ ବରିଷ୍ଠତା ବିବାଦକୁ ନେଇ ସ୍ୟାଟ୍‌ରେ ଏକାଧିକ ମାମଲା ଦାୟର ହୋଇଥିଲା। ସ୍ୟାଟଙ୍କ ୨୦୧୭ ଅକ୍ଟୋବର ୨୬ର ରାୟକୁ ଚ୍ୟାଲେଞ୍ଜ କରି ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା।

ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ମାର୍ଚ୍ଚ ୮ରେ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସ୍ୟାଟଙ୍କ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ନଥିବା ଦର୍ଶାଇ ଏ ସଂପର୍କିତ ସମସ୍ତ ଆବେଦନକୁ ଖାରଜ କରିବା ସପକ୍ଷରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ରାୟ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ରାୟରେ ସହମତି ପ୍ରକାଶ ନ କରି ଜଷ୍ଟିସ ସଞ୍ଜୁ ପଣ୍ଡା ସ୍ୟାଟ୍‌ଙ୍କ ରାୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍ୟାଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details