ଓଡିଶା

odisha

ମେମୋରୀ ଲେନରେ ମାହି, ମଙ୍ଗଳାବାଗରେ ଖାଇଥିଲେ ରୁଟି ପନିର

By

Published : Aug 19, 2020, 10:09 PM IST

Updated : Aug 20, 2020, 6:01 PM IST

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ । ତେବେ ଅବସର ପରେ ଧୋନିଙ୍କ ସହ ଥିବା ସ୍ମୃତିକୁ ମନେ ପକାଉଛନ୍ତି ତାଙ୍କ ଫ୍ୟାନ୍ସ । ତେବେ ଆମେ କହୁଛୁ 2008 ମହିସା କଥା । ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ ସମୟରେ କଟକରେ ରାତ୍ରୀ ଭୋଜନ କରିଥିଲେ ଧୋନି ।

ମେମୋରୀ ଲେନରେ ଧୋନି: କଟକ ମଙ୍ଗଳାବାଗରେ ରାତ୍ରୀ ଭୋଜନ କରିଥିଲେ ମାହି
ମେମୋରୀ ଲେନରେ ଧୋନି: କଟକ ମଙ୍ଗଳାବାଗରେ ରାତ୍ରୀ ଭୋଜନ କରିଥିଲେ ମାହି

କଟକ:ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ । ତେବେ ଅବସର ପରେ ଧୋନିଙ୍କ ସହ ଥିବା ସ୍ମୃତିକୁ ମନେ ପକାଉଛନ୍ତି ତାଙ୍କ ଫ୍ୟାନ୍ସ । କିଏ ଧୋନିଙ୍କ ସହ ସମୟ ବିତାଇଛନ୍ତି ତ କାହା ଘରେ ରହିଛି ଧୋନିଙ୍କ ଅଭୁଲା ସ୍ମୃତି । ଆଉ ଆଜି ଏମିତି ଦୁଇଟି କାହାଣୀ ଦେଖିବା ଯାହା ଧୋନିଙ୍କ ସହ ଜଡିତ ।

ଆମେ କହୁଛୁ 2008 ମହିସା କଥା । ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ ସମୟରେ କଟକରେ ରାତ୍ରୀ ଭୋଜନ କରିଥିଲେ ଧୋନି । ଓଡିଶାର ଅନ୍ତର୍ଜାତୀୟ କ୍ରିକେଟର ପ୍ରାଜ୍ଞାନ ଓଝାଙ୍କ ମାମୁଁ ଘରେ ଖାଇଥିଲେ କ୍ୟାପଟେନ କୁଲ । ତେବେ ହୋଟଲ ଖାଇବା ଖାଇ ଖାଇ ବିରକ୍ତ ହୋଇଯିବା ପରେ ଧୋନି ଘରୋଇ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ମାହିଙ୍କ ଲାଗି ରାତ୍ରୀ ଭୋଜନର ବନ୍ଦୋବସ୍ତ କରିବା ପାଇଁ ମାମୁଁଙ୍କୁ ଫୋନ କରି କହିଥିଲେ ପ୍ରଜ୍ଞାନ ।

ମେମୋରୀ ଲେନରେ ଧୋନି: କଟକ ମଙ୍ଗଳାବାଗରେ ରାତ୍ରୀ ଭୋଜନ କରିଥିଲେ ମାହି

ପରେ ଭୁବନେଶ୍ବରର ହୋଟେଲରୁ କଟକ ଅଭିମୁଖେ ବାହାରିଥିଲେ ଧୋନି । ନିଜେ ଗାଡି ଚଲାଇ ପ୍ରଜ୍ଞାନଙ୍କ ମାମୁଁ ଘର କଟକ ମଙ୍ଗଳାବାଗରେ ପହଞ୍ଚିଥିଲେ ଧୋନି । ସାଥିରେ ଥିଲେ, ପ୍ରଜ୍ଞାନ ଓଝା, ରବିନ ସିଂ, ମୁନାଫା ପଟଲେ ଓ ଭେଙ୍କଟେଶ ପ୍ରସାଦ । ରୁଟି ସାଙ୍ଗକୁ ପନିର ଓ ଆମିଷ ତରକାରୀ ଖାଇଥିଲେ ଧୋନି । ନିଜ ଘର ପରି ଧୋନି ତଳେ ବସି ଖାଇଥିଲେ ଏବଂ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଖୋଲା ମନେରେ ମିଶିଥିଲେ ବୋଲି କହିଛନ୍ତି ପ୍ରଜ୍ଞାନଙ୍କ ମାମୁଁ । ତେବେ ସେଦିନ ଯେମିତି ଧୋନିଙ୍କୁ ପାଖରୁ ଦେଖି ଖୁସରେ ବିଭୋର ହୋଇପଡିଥିଲା କଟକ ମଙ୍ଗଳାବାଗ ଇଲାକା । ଆଉ ଯିବା ସମୟରେ ଭାରତୀୟ ଦଳର ଖେଳାଳିଙ୍କ ଅଟୋଗ୍ରାଫ ଭରା ଏକ ବ୍ୟାଟ ଉପହାର ଦେଇ ଯାଇଥିଲେ ଧୋନି । ଅବସର ପରେ ଧୋନିଙ୍କ ମଙ୍ଗଳ କାମନା କରିବା ସହିତ ଧୋନିଙ୍କ ପାଦ ତାଙ୍କ ଘରେ ପଡିବାର ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଜ୍ଞାନଙ୍କ ମାମୁ ନୃସିଂହ ।

ସେହିପର କଟକର ଅନ୍ୟଜଣେ ନିଆରା କ୍ରିକେଟ ପ୍ରେମୀ ହେଉଛନ୍ତି 45 ବର୍ଷିୟ ସରୋଜ ରଞ୍ଜନ କର । ଯିଏ କି 90 ଦଶକରୁ ଆଜି ପର୍ଯ୍ୟନ୍ତ ସାଉଁଟିଲେଣି 5 ହଜାରୁ ଊର୍ଦ୍ଧ୍ଵ କ୍ରିକେଟରଙ୍କ ଅଟୋଗ୍ରାଫ । ଆଉ ସେଥିରେ ସାମିଲ ରହିଛି ଧୋନିଙ୍କ ଅନେକ ଜିନିଷ । ସେ ତାଙ୍କ ଘରେ ରଖିଛନ୍ତି ଧୋନିଙ୍କ ଅନେକ ସ୍ମୃତି । ଧୋନିଙ୍କ ବ୍ୟାଟ, ହେଲମେଟ, ଗ୍ଲୋବ ଇତ୍ୟାଦି । ତେବେ କେବଳ ଧୋନିଙ୍କର ନୁହେଁ ଅବସର ନେଇଥିବା ଧୋନିଙ୍କ ସାଥି ସୁରେଶ ରାଇନାଙ୍କ ଅନେକ ଜିନିଷ ମଧ୍ୟ ରଖିଛନ୍ତି ସରୋଜ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 20, 2020, 6:01 PM IST

ABOUT THE AUTHOR

...view details