ଓଡିଶା

odisha

By

Published : Oct 3, 2020, 5:46 PM IST

Updated : Oct 3, 2020, 10:10 PM IST

ETV Bharat / city

କଟକରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଧନ୍ୟବାଦ ଦେଲେ ନବୀନ, ଶିବରାଜ

କୋରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କଟକସ୍ଥିତ ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କଟକରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ
କଟକରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ: କୋରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଆଜି କଟକସ୍ଥିତ ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ବପୂର୍ଣ୍ଣ ଭୂମିକା ଥିବା ନେଇ ପ୍ଲାଜମା ଦାନ କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଧର୍ମେନ୍ଦ୍ରଙ୍କ ଏପରି ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

କଟକରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
କଟକରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମସ୍ତ କୋରୋନା ସୁସ୍ଥ ପ୍ଲାଜମା ଦାନ ପାଇଁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।

କଟକରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଧନ୍ୟବାଦ ଦେଲେ ନବୀନ, ଶିବରାଜ

ଗତ ଜୁଲାଇ ମାସ ରେ କୋଭିଡ ପିଜେଟିଭ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ସୁସ୍ଥ ହେବା ପରେ ପ୍ଲାଜମା ଦେବା ପାଇଁ ମନସ୍ଥ କରିଥିଲେ । ତେଣୁ ଆଜି ସେ ଏସିବି ବଡ଼ ମେଡ଼ିକାଲ ରେ ପ୍ଲାଜମା ଦାନ କରିଛନ୍ତି । ଯାହା ଅନ୍ୟ ରୋଗୀ ଙ୍କ ସୁସ୍ଥ କରିବାରେ ସହାୟ୍ଯକ ହେବ । ସେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ଆରୋଗ୍ୟ ହୋଇଛନ୍ତି ସେମାନେ ମଧ୍ୟ ଆଗକୁ ଆସନ୍ତୁ , ପ୍ଲାଜମା ଦାନ କରନ୍ତୁ ଓ ଅନ୍ୟ ଙ୍କ ଜୀବନ ବଞ୍ଚାନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଟକରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଧନ୍ୟବାଦ ଦେଲେ ନବୀନ, ଶିବରାଜ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 3, 2020, 10:10 PM IST

ABOUT THE AUTHOR

...view details