ଓଡିଶା

odisha

By

Published : Jul 10, 2021, 6:36 PM IST

ETV Bharat / city

ଏସସିବିରେ କମୁଛି କୋଭିଡ ରୋଗୀଙ୍କ ସଂଖ୍ୟା, ICU ବେଡ ଫୁଲ୍

କୋରୋନା ମହାମାରୀର ଦ୍ବିତୀୟ ଲହର ନେଇ ଓଡିଶାରେ ଏହାର ଭୟାବହତା ରହିଥିବା ବେଳେ କୋରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ଆଇସିୟୁରେ ଚିକିତ୍ସା ହେଉଥିବା ରୋଗୀଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ଅଧିକ ପଢନ୍ତୁ...

ଏସସିବିରେ କୋଭିଡ ରୋଗୀଙ୍କ ସଂଖ୍ୟା କମିବା ସତ୍ତ୍ବେ ଫାଙ୍କା ହେଉନି ICU
ଏସସିବିରେ କୋଭିଡ ରୋଗୀଙ୍କ ସଂଖ୍ୟା କମିବା ସତ୍ତ୍ବେ ଫାଙ୍କା ହେଉନି ICU

କଟକ:ରାଜ୍ୟରେ ଏବେ ଧିରେ ଧିରେ ନିୟନ୍ତ୍ରଣାଧିନ ହେବାରେ ଲାଗିଛି କୋରୋନା। କୋଭିଡର ଦ୍ବିତୀୟ ଲହର ଚିନ୍ତା ଥମିନଥିବା ବେଳେ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଏସସିବିରେ ବର୍ତ୍ତମାନ ୨୫୦ରୁ ଅଧିକ କୋରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୦୦ ଜଣ ଗୁରୁତର ଭାବରେ ଆଇସିୟୁ (ICU)ରେ ଚିକିତ୍ସିତ ହେଉଛନ୍ତି।

ଏସସିବିରେ କୋଭିଡ ରୋଗୀଙ୍କ ସଂଖ୍ୟା କମିବା ସତ୍ତ୍ବେ ଫାଙ୍କା ହେଉନି ICU

ସେହିପରି ଏସସିବିରେ ୬୦୦ଟି ବେଡ଼ ରହିଥିବା ବେଳେ ଏବେ ଅଧିକାଂଶ ବେଡ଼ ଖାଲି ପଡ଼ିଛି । ମାତ୍ର ଆଇସିୟୁରେ ସମସ୍ତ ବେଡ଼ ଫୁଲ୍ ରହିଥିବା ନେଇ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। କୋରୋନା କମିଲେ ବେଡ଼ ସଂଖ୍ୟା କମାଯିବ, ନିୟୋଜିତ ଡାକ୍ତର, ଷ୍ଟାଫ ଆଦିଙ୍କ ସଂଖ୍ୟା ମଧ୍ୟ କମାଯିବ। ସେହିପରି ତୃତୀୟ ଲହରୀର ଆଶଙ୍କା ଥିବାରୁ ଏସସିବିରେ ୬୦୦ ବେଡ଼ ପ୍ରସ୍ତୁତ ରଖାଯାଇଥିବା ନେଇ ଡାକ୍ତର ମହାରଣା କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details