କଟକ:ଡ଼େଙ୍ଗୁକୁ ନେଇ ଟ୍ବିନସିଟିରେ ବଢିବାରେ ଲାଗିଛି ଚିନ୍ତା । ପ୍ରତିଦିନ ଶତାଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ କଟକରେ ଡ଼େଙ୍ଗୁ ଷ୍ଟାଟସ ସ୍ଥିର ଅଛି ବୋଲି କହିଛନ୍ତି CMC ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।
ଟ୍ବିନସିଟିର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ହେଲେ ଏହାରି ମଧ୍ୟରେ କଟକରୁ ଯେଉଁ ଅନୁପାତରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ବର୍ତ୍ତମାନ ସ୍ଥିର ରହିଛି । ଏହାସହ ପ୍ରତିଷେଧକ ହିସାବରେ ଜିଲ୍ଲାରେ ସମସ୍ତ ନାଳ, ଅନାବନା ଗଛ, ବୁଦା ଆଦିକୁ ସିଏମସି ପକ୍ଷରୁ କଟାଯାଉଛି ।