ଓଡିଶା

odisha

ETV Bharat / city

କଟକ ସହରରେ ବଢ଼ୁଛନ୍ତି ଡେଙ୍ଗୁରୋଗୀ - ବଢୁଛନ୍ତି ଡେଙ୍ଗୁ ରୋଗୀ

ଦିନକୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏସସିବି ବଡ଼ ମେଡ଼ିକାଲରେ ସମୁଦାୟ 63 ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି କଟକ ସହରରେ 4ଜଣ ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ରହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 3, 2019, 3:44 AM IST

କଟକ: ସାରା ରାଜ୍ୟରେ ଆତଙ୍କ ରଚାଇଛି ଡେଙ୍ଗୁ । ସମପରିମାଣରେ କଟକ ସହର ମଧ୍ୟରେ ପ୍ରତିଦିନ ବଢ଼ୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। କଟକ ବଡ ମେଡିକାଲରେ ଶନିବାର ୬୩ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୫ ଜଣ ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

କଟକ ସହରରେ ବଢ଼ୁଛନ୍ତି ଡେଙ୍ଗୁରୋଗୀ

ଶନିବାର ୧୦୩ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବା ବେଳେ ୨୧ ଟି ରକ୍ତନମୁନା ପଜେଟିଭ ବାହାରିଛି । ସେଥିରେ ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୩ ଜଣ, କଟକରୁ ସର୍ବାଧିକ ୪ ଜଣ,ଦେଓଗଡ଼ରୁ ଜଣେ, ଜଗତସିଂହପୁର ରୁ ୨ ଜଣ, ଯାଜପୁର ରୁ ୩ ଜଣ, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ଜଣେ ଜଣେ ହୋଇଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ୨ ଜଣଙ୍କର ରକ୍ତନମୁନା ପଜେଟିଭ ବାହାରିଛି।

ସେହିପରି କଟକ ସହରରୁ ଯେଉଁ ୪ ଟି ରକ୍ତନମୁନା ପଜେଟିଭ ବାହାରିଛି ସେମାନଙ୍କ ଘର ହେଉଛି ଦରଘାଵଜ଼ାର, ଓଡ଼ିଆବଜ଼ାର, କୁମ୍ଭରସାହି ଓ ହାତୀପୋଖରୀ ଅଞ୍ଚଳ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details