କଟକ: ଷ୍ଟାଇପେଣ୍ଡ ବୃଦ୍ଧି ଦାବି ପ୍ରସଙ୍ଗରେ ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଥିବା ହାଉସ ସର୍ଜନ ସଂଘ ଏହାକୁ ସ୍ଥଗିତ ରଖିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟସଚିବ ଏବଂ ଡିଏମଇଟି ସହିତ ଆଲୋଚନା ପରେ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ଦୁଇ ସପ୍ତାହ ଯାଏ ସ୍ଥଗିତ ରଖିଛି ସଂଘ ।
ତେବେ ପ୍ରତିଶୃତି ପୂରଣ ନହେଲେ ଦୁଇ ସପ୍ତାହ ପରେ ଆନ୍ଦୋଳନ କରାଯିବ ବୋଲି ସଂଘ କହିଛି । ସୂଚନା ଥାଉକି, ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ହାଉସ ସର୍ଜନ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟର ତିନୋଟି ମେଡିକାଲ କଲେଜର 550 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲା ।