ଓଡିଶା

odisha

By

Published : Jul 31, 2021, 9:47 AM IST

ETV Bharat / city

ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ DELED ଛାତ୍ରଛାତ୍ରୀ

DELED ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିର୍ଘଣ୍ଟ ଓ ଫଳ ପ୍ରକାଶ ତାରିଖ ଘୋଷଣା ଦାବିରେ ନିଖିଳ ଓଡିଶା DELED ଛାତ୍ର ସଂଘ ପକ୍ଷରୁ ମାଧ୍ଯମିକ ଶିକ୍ଷା ବୋର୍ଡ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଡିଏଲଇଡି ଛାତ୍ରଛାତ୍ରୀ
ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଡିଏଲଇଡି ଛାତ୍ରଛାତ୍ରୀ

କଟକ:DELED ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିର୍ଘଣ୍ଟ ଓ ଫଳ ପ୍ରକାଶ ତାରିଖ ଘୋଷଣା ଦାବିରେ ନିଖିଳ ଓଡିଶା ଡିଏଲଇଡି ଛାତ୍ର ସଂଘ ପକ୍ଷରୁ ମାଧ୍ଯମିକ ଶିକ୍ଷା ବୋର୍ଡ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏମାନେ ଇଣ୍ଟର୍ଣ୍ଣସିପ୍ ଗତ ଜୁନ୍ ୩୦ ପୂର୍ବରୁ ଶେଷ କରି ସାରିଛନ୍ତି । ଚଳିତ ବର୍ଷ ସମସ୍ତ ଡିଗ୍ରୀ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ସେପ୍ଟେମ୍ଵର ପହିଲାରୁ ଆରମ୍ଭ କରିବାକୁ ୟୁଜିସି ଗାଇଡଲାଇନ୍ ଦେଇଥିବା ବେଳେ ଏସ୍.ସି.ଇ.ଆର୍.ଟି. ମଧ୍ଯ ଗତ ୧୯ ତାରିଖରେ ଅଗଷ୍ଟ ମଧ୍ଯରେ ପରୀକ୍ଷା ଓ ଫଳ ପ୍ରକାଶନ ପାଇଁ ବିଏସ୍ଇକୁ ଚିଠି ମାଧ୍ଯମରେ ସୂଚିତ କରିଥିଲେ ସୁଦ୍ଧା ବୋର୍ଡ଼ କୌଣସି ପଦକ୍ଷେପ ନେଇ ନାହିଁ ।

ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଡିଏଲଇଡି ଛାତ୍ରଛାତ୍ରୀ
ଏପର୍ଯ୍ଯନ୍ତ ପରୀକ୍ଷା ନିର୍ଘଣ୍ଟ ଓ ଫଳ ପ୍ରକାଶ ତାରିଖ ଘୋଷଣା କଲେ ନାହିଁ ବୋର୍ଡ । ଅଗଷ୍ଟ ପ୍ରାରମ୍ଭରେ ପରୀକ୍ଷା ଓ ଅଗଷ୍ଟ ଶେଷ ମଧ୍ଯରେ ଫଳ ପ୍ରକାଶନ ନହେଲେ ଏହି ପରୀକ୍ଷାରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ, ସେମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଆଇ.ସି.ଏମ୍.ଆର୍. ସ୍କୁଲ ଖୋଲିବା ପାଇଁ ଜୁଲାଇରୁ କହିଥିଲେ ମଧ୍ୟ ସ୍କୁଲ ନଖୋଲି ଏବେ ଅଧ୍ଯୟନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଗାଁ ମାନଙ୍କରେ ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କ ଡାଟା ସଂଗ୍ରହ ଓ ଘରକୁ ଘର ଯାଇ ପଢାଇବାର ଯେଉଁ ଇଣ୍ଟର୍ଣ୍ଣସିପର ଚାପ ଦିଆଯାଉଛି । ତାହା କେବଳ ଅମାନବୀୟ ନୁହେଁ ବରଂ ମାନବାଧିକାର ଉଲ୍ଲଙ୍ଘନକାରୀ ଅଟେ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details