ଓଡିଶା

odisha

ETV Bharat / city

ଅସ୍ତ୍ରୋପଚାର ପରେ ନୂଆ ଦୁନିଆ ଦେଖୁଛି ଦୀପକ - cuttack child deepak

ସଫଳ ହେଲା ଅସ୍ତ୍ରୋପଚାର । ନୂଆ ଜୀବନ ପାଇଲା 4 ମାସର ଶିଶୁ ଦୀପକ । ଜନ୍ମରୁ ମୁଣ୍ଡରେ ଏକ ମାଂସ ପିଣ୍ଡୁଳା ବଢି ମୁଣ୍ଡ ଆକୃତିର ହୋଇଥିଲା। ଅଧିକ ପଢ଼ନ୍ତୁ...

ଅସ୍ତ୍ରୋପଚାର ପରେ ଦୀପକ ଦେଖୁଚି ନୂଆ ଦୁନିଆ
ଅସ୍ତ୍ରୋପଚାର ପରେ ଦୀପକ ଦେଖୁଚି ନୂଆ ଦୁନିଆ

By

Published : Mar 19, 2021, 10:28 PM IST

କଟକ:ସଫଳ ହେଲା ଅସ୍ତ୍ରୋପଚାର । ନୂଆ ଜୀବନ ପାଇଲା 4 ମାସର ଶିଶୁ ଦୀପକ । ଜନ୍ମରୁ ମୁଣ୍ଡରେ ଏକ ମାଂସ ପିଣ୍ଡୁଳା ବଢି ମୁଣ୍ଡ ଆକୃତିର ହୋଇଥିଲା। ଯାହା ପରିବାର ପାଇଁ ପାଲଟିଯାଇଥିଲା ବଡ଼ ଦୁଃଖ । ଦୀପକର ଚିକିତ୍ସା ପାଇଁ ଆର୍ଥିକ ରୂପରେ ସକ୍ଷମ ନଥିଲେ ତା ବାପା ମାଆ। ଫଳରେ ତାର ଅସ୍ତ୍ରୋପଚାର କରାଯାଇ ପାରୁନଥିଲା।

ଅସ୍ତ୍ରୋପଚାର ପରେ ଦୀପକ ଦେଖୁଚି ନୂଆ ଦୁନିଆ

ଶେଷରେ ତାର ହୋଇଛି ସଫଳ ଅସ୍ତ୍ରୋପଚାର। କଟକ ଏସିବିରେ ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଅପରେସନ କରାଯାଥିଲା। ତେବେ 4 ଘଂଟାରୁ ଅଧିକ ସମୟ ଧରି ଚାଲିଥିଲା ଦୀପକର ଅସ୍ତ୍ରୋପଚାର। ଆଉ ଶେଷରେ ଟ୍ୟୁମରଟିକୁ ମୁଣ୍ଡରୁ ଅଲଗା କରିବାକୁ ସକ୍ଷମ ହୋଇଥିଲେ ଡାକ୍ତର।

ସଫଳ ଅସ୍ତ୍ରୋପଚାର ପରେ ଆଜି ଦୀପକ ଦେଖିଚି ନୂଆ ଦୁନିଆ । ଏହି ଉପଲବ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପକର ପରିବାର ଲୋକ । ମୁଣ୍ଡରେ ବଢ଼ିଚାଲିଥିବା ଟ୍ୟୁମର ଯୋଗୁଁ ଅନେକ କଷ୍ଟ ପାଉଥିଲେ ଶିଶୁ ପୁତ୍ର।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details