ଓଡିଶା

odisha

ETV Bharat / city

Special Crime Unit For Twin city: କଟକ-ଭୁବନେଶ୍ବର ପାଇଁ ବଦଳିଲା ଷ୍ଟ୍ରାଟେଜି, ଆଉ ଖସି ପାରିବେନି ଅପରାଧୀ - Special Crime Unit For Twin city

ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ଷମ ହେବ ଏକ  ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ମୁଖ୍ୟମନ୍ତ୍ରୀ ଏହି ବାବଦରେ ଘୋଷଣା କରିବା ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ଓଡ଼ିଶା ପୋଲିସ। ଅଧିକ ପଢନ୍ତୁ

ଅପରାଧୀଙ୍କୁ ନିୟନ୍ତ୍ରଣ କରିବ ସ୍ୱତନ୍ତ୍ର ଅପରାଧିକ ଶାଖା
ଅପରାଧୀଙ୍କୁ ନିୟନ୍ତ୍ରଣ କରିବ ସ୍ୱତନ୍ତ୍ର ଅପରାଧିକ ଶାଖା

By

Published : Dec 16, 2021, 9:01 PM IST

କଟକ: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ଷମ ହେବ ଏକ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ଗତକାଲି ମୁଖ୍ୟମନ୍ତ୍ରୀ ଏହି ବାବଦରେ ଘୋଷଣା କରିବା ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ଓଡ଼ିଶା ପୋଲିସ । ଏହି ସ୍ୱତନ୍ତ୍ର ଶାଖାର ମୁଖ୍ୟ ପାଇଁ ଜଣେ ଡିସିପିଙ୍କ ସହ ମୋଟ ୫୯ ଜଣ ପୋଲିସ ଅଧିକାରୀ ନିଯୁକ୍ତ ହେବାକୁ ଥିବା ବେଳେ ଖୁବ ଶୀଘ୍ର ସେମାନଙ୍କ ଚୟନ ଆରମ୍ଭ କରିବାକୁ ଯାଉଛି ପୋଲିସ ମୁଖ୍ୟଳୟ।

ଅପରାଧୀଙ୍କୁ ନିୟନ୍ତ୍ରଣ କରିବ ସ୍ୱତନ୍ତ୍ର ଅପରାଧିକ ଶାଖା

ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଦାଖଲ ଥିବା ଅଧିକାରୀ ଙ୍କୁ ଏହି ଶାଖା ପାଇଁ ବଛାଯିବ। ସେପଟେ ଏହି ଶାଖା କାର୍ଯ୍ୟକ୍ଷମ ହେଲେ ଅପରାଧ ଦମନ କାର୍ଯ୍ୟ ଦୃତ ଗତିରେ ହେବ ବୋଲି କଟକ ଡିସିପି କହିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।

ଟୁଇନ ସିଟିରେ ଅପରାଧ ଘଟାଉ ଥିବା ଅପରାଧୀ ହୋଇଯାଆନ୍ତୁ ସାବଧାନ। ଏଣିକି ଅପରାଧ ଘଟାଇଲେ ସେମାନଙ୍କ ପଛରେ ଆଉ ପାରମ୍ପରିକ ପୋଲିସ ଅଧିକାରୀ ପଡିବେ ନାହିଁ ବରଂ ପିଛା କରିବ କମିଶନରେଟ ପୋଲିସ ର ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ତଥା ଅଭିଜ୍ଞ ଅପରାଧ ନିୟନ୍ତ୍ରଣ ଟିମ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଗଠିତ ହେବାକୁ ଯାଉଛି ଏହି ଏକ ସ୍ୱତନ୍ତ୍ର ଟିମ। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ । ତେବେ ଅନେକ ସମୟରେ ଆଇନ ଶୃଙ୍ଖଳା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟର ଦାୟିତ୍ଵ ଭାର ଯୋଗୁଁ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କାର୍ଯ୍ୟ ପ୍ରଭାବିତ ହୋଇ ଥାଏ। ତେଣୁ କେବଳ ଅପରାଧ ଅନୁସନ୍ଧାନ ପାଇଁ ଏହି ଭଳି ଏକ ସ୍ୱତନ୍ତ୍ର ଶାଖାର ଆବଶ୍ୟକତା ଥିଲା ଏବଂ ଏହି ଶାଖାରେ ଅନେକ ଏକ୍ସପଟ ରହୁଥିବାରୁ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବହୁତ ସହାୟକ ହେବ ବୋଲି କହିଛନ୍ତି କଟକ ଡିସିପି।

ମୁଖ୍ୟମନ୍ତ୍ରୀ ଏହି ବାବଦରେ ଘୋଷଣା କରିବା ପରେ ଏବେ ସ୍ୱତନ୍ତ୍ର ଶାଖାର ରୂପ ରେଖ ପ୍ରସ୍ତୁତି ରେ ଲାଗିଛି ଓଡ଼ିଶା ପୋଲିସ। ଏହି ଟିମର ନେତୃତ୍ୱ ନେବାକୁ ଥିବା ଅଧିକାରୀ ଜଣେ ଡିସିପି ପାହ୍ୟା ର ଅଧିକାରୀଙ୍କ ସହ ଏହି ଶାଖାରେ ସାମିଲ ହେବାକୁ ଥିବା ଅନ୍ୟ ପୋଲିସ କର୍ମଚାରୀ ଙ୍କ ଚୟନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ପୋଲିସ ମୁଖ୍ୟାଳୟ। ବିଶେଷ କରି ଟୁଇନ ସିଟି ରେ କାର୍ଯ୍ୟ କରୁଥିବା ତଥା ଅପରାଧ, ଅପରାଧୀ ଓ ସେମାନଙ୍କ ନେଟୱର୍କ ଏବଂ ଅନୁସନ୍ଧାନ କାର୍ଯ୍ୟ ରେ ଦକ୍ଷ ଥିବା ଅଧିକାରୀ ମାନଙ୍କୁ ଏହି ଶାଖା ରେ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଏହା ସହିତ ସାଇବର ଅପରାଧ କ୍ଷେତ୍ରରେ ବିଶେଷ ଜ୍ଞାନ ରଖୁଥିବା କିଛି ପୋଲିସ କର୍ମଚାରୀ ବି ଏହି ଶାଖା ର ଅଂଶ ବିଶେଷ ହେବେ। ସେପଟେ ଏହି ଭଳି ଏକ ସ୍ୱତନ୍ତ୍ର ଶାଖା ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ।

ଜଣେ ଡିସିପିଙ୍କ ସହ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details