ଓଡିଶା

odisha

ETV Bharat / city

ନୂଆବର୍ଷ କାଉଣ୍ଟଡାଉନ, ରାତି 10ଟା ପରେ ଡିଜେ ବାଜିଲେ କାର୍ଯ୍ୟାନୁଷ୍ଠାନ - security arrangements in cuttack

ସରି ଆସୁଛି 2019 । ନୂଆବର୍ଷକୁ ସଭିଁଙ୍କ ଅପେକ୍ଷା । ଜିରୋ ନାଇଟ ସିଲେବ୍ରେସନରେ ମାତିବେ ସବୁ । ଏପଟେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

security arrangements
ନୂଆବର୍ଷ କାଉଣ୍ଟଡାଉନ, 10 ପରେ ଡାକବାଜି ବାଜିଲେ କାର୍ଯ୍ୟାନୁଷ୍ଠାନ

By

Published : Dec 31, 2019, 9:34 PM IST

କଟକ: ବାସ୍ କିଛି ଘଣ୍ଟାର ଅପେକ୍ଷା । ଲେଉଟିବ କ୍ୟାଲେଣ୍ଡରର ଫର୍ଦ୍ଦ । ବଦଳିବ ତାରିଖ, ବଦଳିବ ବର୍ଷ ପୁଣି ବଦଳିବ ମାସ । ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତ କଟକ ବାସୀ । ସହରର ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ନୂଆବର୍ଷ କାଉଣ୍ଟଡାଉନ, 10 ପରେ ଡାକବାଜି ବାଜିଲେ କାର୍ଯ୍ୟାନୁଷ୍ଠାନ

ସୁରକ୍ଷା ଦାୟିତ୍ବରେ ୨ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ସହରର ବିଭିନ୍ନ ଥାନାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆବର୍ଷ ପାଳନ ପାଇଁ କମିସନରେଟ ପୋଲିସ ପକ୍ଷରୁ ଲାଇସେନ୍ସ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ବିନା ଲାଇସେନ୍ସରେ ନୂଆବର୍ଷ ପାଳନ କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ରାତି ୧୦ ଟା ପରେ ଡିଜେ ବଜାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details