ଓଡିଶା

odisha

ETV Bharat / city

IND vs SA T20: ଷ୍ଟାଡିୟମକୁ ଖାଦ୍ୟ-ପାଣି ବୋତଲ ମନା - ଭାରତ ଓ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ

ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ । ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏନେଇ ପ୍ରେସମିଟ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

_dcp pressmeet on india vs south africa t20 match guideline
IND vs SA T20: ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ମନା

By

Published : Jun 11, 2022, 1:58 PM IST

କଟକ: ଆସନ୍ତାକାଲି(ରବିବାର) ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ । ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏନେଇ ପ୍ରେସମିଟ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

IND vs SA T20: ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ମନା

ଗତକାଲି ଦିନ ୩ ଟାରୁ ଦର୍ଶକ ମାନେ ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପାଇଁ ଗେଟ ଖୋଲାଯିବ । ଭିଡ଼କୁ ଦୃଷ୍ଟିରେ ରଖି ଦିନ ୩ ଟାରୁ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟକ ଦର୍ଶକମାନଙ୍କୁ କଡାକଡି ଚେକିଂ କରାଯିବ । ସବୁଠାରୁ ବଡ଼ କଥା ହେଉଛି ଦର୍ଶକ ମାନେ ଗ୍ୟାଲେରୀ ଭିତରକୁ କଣ ନେଇ ପାରିବେ ସେନେଇ କଟକଣା କରିଛି କମିଶନରେଟ ପୋଲିସ । ବିଶେଷକରି ପାଣି ବୋତଲ,ଲାଇଟର, ଖୁଚୁରା ଟଙ୍କା(କଏନ),ଛୁରୀ ଆଦି ନେବା ପାଇଁ କଟକଣା ଜାରି କରାଯାଇଛି । ମ୍ୟାଚକୁ ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ କଟକ ଡିସିପି।

ଇଟିଭି ଭାରତ, କଟକ

ABOUT THE AUTHOR

...view details