କଟକ: ଡଗରପଡା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଲେଶ୍ଵର ସିଂହ । ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି (ବୁଧବାର) ବୋମାମାଡ଼ ହୋଇଥଲା। ଗୋଟିଏ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବୋମାମାଡ଼ ହୋଇଥିବା ଡିସିପି ସ୍ପଷ୍ଟ କରିଛନ୍ତି।
ଡଗରପଡା ବୋମାମାଡ଼ ଘଟଣା: ଖୁବଶୀଘ୍ର ଗିରଫ ହେବ ଅଭିଯୁକ୍ତ ! - ଡଗରପଡା ବୋମାମାଡ଼
କଟକ ଡଗରପଡା ବୋମାମାଡ଼ ଘଟଣାକୁ ଗୋଟିଏ ଦିନ ବିତିଥିଲେ ବି ପୋଲିସ ହାତ ଖାଲି । ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ।
ଖୁବଶୀଘ୍ର ଗିରଫ ହେବ ଡଗରପଡା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ: ଡିସିପି
ମା’ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିବା ଡିସିପି ସୂଚନା ଦେଇଛନ୍ତି। ବୋମାମାଡ କରିଥିବା ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।
କଟକ ରୁ ନାରାୟଣ ସାହୁ ଇଟିଭି ଭାରତ