କଟକ: ବଦଳିଛି ସାଇବର ଅପରାଧର ତରିକା। ଲୋକଙ୍କୁ ଠକିବା ପାଇଁ ଅପରାଧି ମାନେ ବାଛୁଛନ୍ତି ନୂଆ ନୂଆ ଫଣ୍ଡା । ଏଣିକି ଗୁଗୁଲରେ କୌଣସି ପ୍ରକାର କଷ୍ଟମର କେୟାର ନମ୍ୱର ଖୋଜି କଲ କରିନ୍ତି ତେବେ ଠକାମିର ଶିକାର ହୋଇପାରନ୍ତି । ଏଭଳି କିଛି ଏକାଧିକ ଘଟଣା ଏବେ ସାମ୍ମାନାକୁ ଆସିଛି । ସେହିପରି ଲକଡ଼ାଉନ ଓ ସଟଡାଉନ ସମୟରେ ସାଇବର ଅପରାଧି ଅଧିକ ସକ୍ରିୟ ଭୂମିକା ନେଇଛନ୍ତି । ସାଇବର ଅପରାଧିକୁ ରୋକ ଲଗାଇବା ପାଇଁ କଟକ କମିଶନରେଟ ପୋଲିସ ଗଠନ କରିଛି ସାଇବର ସେଲ । ଗତ ୧୪ ଦିନ ଧରି ପୋଲିସର ଛାନବିନ ସମୟରେ ପୋଲିସ ହାତରେ ଲାଗିଛି ଅନଲାଇନରେ ଲୁଟ ହୋଇଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ।
ଆପଣ କୌଣସି ଅସୁବିଧାରେ ପଡି ଗୁଗୁଲ ସର୍ଚ୍ଚ ଉପରେ ଭରସା କରୁଛନ୍ତି କି ? ଗୁଗୁଲ ସର୍ଚ୍ଚରେ କଷ୍ଟମର କେୟାର ନମ୍ବର ଖୋଜି କାହାକୁ କଲ କରୁଛନ୍ତି କି ? ଯଦି କରୁଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଆପଣ ବି ହୋଇ ପାରନ୍ତି ଠକମିର ଶିକାର । ଏଭଳି ଠକାମିର ଶିକାର ହୋଇଥିବା ଏ ହେଉଛନ୍ତି ସେହି ବ୍ୟକ୍ତି ଜଣକ । ସିଡିଏ ୭ ନଂ ଅଞ୍ଚଳର ସରୋଜ କୁମାର ମିଶ୍ର । ନିଜର ଏକ ପ୍ଲାଏଟ୍ ଟିକେଟର ଯାତ୍ରା ତାରିଖ ପରିବର୍ତ୍ତନ କରିବା ପାଇଁ ଗୁଗୁଲରେ ହେଲ୍ପଲାଇନ ନିଂ ସର୍ଚ୍ଚ କରିଥିଲେ । ଗୁଗୁଲରେ ଠିକ ନମ୍ୱର ଦେଇଥିବ ଭାବି ପୁରା ଭରସାରେ ସେହି ନମ୍ୱରରେ କଲ କରି ସମସ୍ତ ତଥ୍ୟ ଦେଇଥିଲେ । ପ୍ଲାଏଟ ଟିକେଟ ବାହାନାରେ ସରୋଜ ଏକାଉଣ୍ଟରୁ ଚାଲିଯାଇଥିଲା ୭୦ ହଜାର ଟଙ୍କା । ପୋଲିସ ପାଖରେ ଅଭିଯୋଗ ପରେ ବି ଟଙ୍କା ଫେରି ପାଇବାର ଆଶା ନଥିଲା । ମାତ୍ର କଟକ ପୋଲିସ ତଦନ୍ତ କରି ୪୦ ହଜାର ଟଙ୍କା ଫେରି ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
କୋରୋନା ପାଇଁ ସବୁଠି ଲକଡାଉନ ଓ ସଟଡାଉନ ପରିସ୍ଥିତି ରହିଛି । ଯାହାଫଳରେ ଏହି ସମୟର ଫାଇଦା ନେଇ ସାଇବର ଲୁଟେରା ମାନେ ଅଧିକ ସକ୍ରିୟ ହୋଇଯାଇଛନ୍ତି । କଟକରେ କେବଳ ସରୋଜ ନୁହଁନ୍ତି ଏ ଭଳି ଅନେକ ଲୋକଙ୍କ ଅଭିଯୋଗ ପହଞ୍ଚିବା ପରେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଗଠନ ହୋଇଥିଲା ସାଇବର ସେଲ । ସାଇବର ସେଲ ଟିମ ଉନ୍ନତ ମାନର ଜ୍ଞାନ କୌଶଳ ପରେ ୧୪ଟି ଘଟଣାର ତଦନ୍ତ କରି ଅନଲାଇନରେ ଲୁଟ ହୋଇଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ତଦନ୍ତ ସମୟରେ କେତକ ନୂଆ ନୂଆ ଢଙ୍ଗରେ ଅନଲାଇନରେ ଟଙ୍କା ଲୁଟ ହେଉଥିବା ଘଟଣା ସାମ୍ମାକୁ ଆସିଛି । ସେ ମଧ୍ୟରେ ରହିଛି...
1. କିଛି ଲୋକ ରିୱାର୍ଡ ଅବା ଗିଫ୍ଟ ଜିତିଥିବା ବାହାନାରେ କଲ କରି ଠକାମିର ଶିକାର ହେଉଛନ୍ତି ।
2. କିଛି ଲୋକ କଷ୍ଟମର କ୍ୟାୟର ନମ୍ୱର ଜାଣିବା ଲାଗି ଗୁଗୁଲରେ ସର୍ଚ୍ଚ କରିବା ସମୟରେ ଠକାମିର ଶିକାର ହେଉଛନ୍ତି ।
3. କିଛି ନିର୍ଦ୍ଦିଷ୍ଟ ମୋବାଇଲ ଆପ ଗୁଗୁଲ ଷ୍ଟୋରରୁ ଡାଉନଲୋଡ କରିବା ପରେ ସେହି ଆପ ମୋବାଇର ସମସ୍ତ ତଥ୍ୟ ସଂଗ୍ରହ କରୁଛି । ଯାହାଫଳରେ ମୋବାଇଲେ ଇନଷ୍ଚଲ ଥିବା ବିଭିନ୍ନ ପେୟମେଣ୍ଟ ଆପରୁ ଟଙ୍କା ଗାୟବ ହେଉଛି ।