ଓଡିଶା

odisha

ETV Bharat / city

କଟକରେ ମଶା ଦୌରାତ୍ମ୍ୟ; ସିଏମସିର ଦ୍ବାରସ୍ଥ ହେଲା ମହିଳା କଂଗ୍ରେସ - ମହିଳା କଂଗ୍ରେସ

ଦିନକୁ ଦିନ କଟକ ସହରରେ ବଢୁଛି ମଶାଙ୍କ ଦୌରାତ୍ମ୍ୟ । ପ୍ରତିକାର ପାଇଁ ମହାନଗର ନିଗମର ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ ।

PHOTO
PHOTO

By

Published : Jan 13, 2020, 9:05 PM IST

କଟକ: କଟକ ସହରରେ ବଢି ଚାଲିଛି ମଶାଙ୍କ ଦୌରାତ୍ମ୍ୟ। ଯାହାକୁ ନେଇ ଅତିଷ୍ଠ ହେଲେଣି ସହରବାସୀ। ଗତ ଦୁଇ ମାସ ଭିତରେ ମଶା ବଂଶ କଟକ ସହରରେ ଢେର ଅଧିକ ବଢିଛି। ମଶା ସଂଖ୍ୟା ଏଭଳି ବଢିଛି ଯେ ଲୋକେ ସମ୍ପୁର୍ଣ୍ଣରୂପେ ଅତିଷ୍ଠ ହୋଇପଡିଲେଣି।

ସିଏମସିର ଦ୍ବାରସ୍ଥ ହେଲା ମହିଳା କଂଗ୍ରେସ


ଏହି ସମସ୍ୟାକୁ ନେଇ ଆଜି(ସୋମବାର) କଟକ ମହାନଗର ନିଗମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ର ପ୍ରଦାନ କରିଛି କଟକ ନଗର ମହିଳା କଂଗ୍ରେସ। ମହିଳା କଂଗ୍ରେସର ସଭାନେତ୍ରୀଙ୍କ ନେତୃତ୍ୱରେ ଆଜି ଏହି ପ୍ରତିନିଧି ଦଳ ସିଏମସି କମିଶନରଙ୍କୁ ମଶା ଦୌରାତ୍ମ୍ୟ ବାବଦରେ ଅବଗତ କରାଇଛନ୍ତି । ସିଏମସି ପକ୍ଷରୁ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ତଥା ମଶା ବଂଶ ଲୋପ କରିବାପାଇଁ ଆବଶ୍ୟକ ପରିମାଣରେ ମଶା ତେଲ ସିଞ୍ଚନ ଏବଂ ଧୂଆଁ ଛଡା ଯାଉନଥିବାରୁ ଏଭଳି ସ୍ଥିତି ହୋଇଥିବା ମହିଳା କଂଗ୍ରେସ ଅଭିଯୋଗ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details