ଓଡିଶା

odisha

ETV Bharat / city

କଟକରେ ଭିନ୍ନ କଳାକୃତି, ଡିବିରି ଧୂଆଁରେ ଚିତ୍ରକରି ଚର୍ଚ୍ଚାରେ ଦୀପକ - deepak

କଟକରେ ଭିନ୍ନ କଳାକୃତି । ଡିବିରି ଧୂଆଁରେ ଚିତ୍ରକରି ଚର୍ଚ୍ଚାରେ ଝାଞ୍ଜିରମଙ୍ଗଳାର ଦୀପକ ବିଶ୍ବାଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 18, 2019, 9:04 PM IST

କଟକ: ଜୀବନରେ ସମସ୍ତଙ୍କୁ ଦିନେ ନା ଦିନେ ବଡ ହେବାର ସ୍ୱପ୍ନ ରହିଥାଏ । ସେ ଯେଉଁ କ୍ଷେତ୍ରରେ ବା ହେଇଥାଉ । କେବଳ ସେ ଦିଗରେ ନିଷ୍ଠା ଓ ଏକାଗ୍ରତା ରହିବା ନିତ୍ୟନ୍ତ ଆବଶ୍ୟକ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଝାଞ୍ଜିରୀମଙ୍ଗଳାରେ । ଯେଉଁଟି ଡିବିରି ଧୂଆଁରେ ଏକ ନୂତନ ଉଦ୍ଭାବନ କରିବାକୁ ଯାଉଛନ୍ତି ଦୀପକ ବିଶ୍ୱାଳ । ପିଲାବେଳର ସ୍ୱପ୍ନକୁ ପୂରଣ କରିବା ଦିଗରେ ଦିନ ରାତି ଏକ କରି ଡିବିରି ଧୂଆଁ ଚିତ୍ରକଳାରେ ନିଜକୁ ସବୁ ଦିନ ପାଇଁ ନିୟୋଜିତ କରିଛନ୍ତି ଦୀପକ । ତେବେ ପୁଅର ଏପରି ନିଷ୍ଠା କୁ ବେଶ ସମର୍ଥନ ଜଣାଇଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପଢିବା ସମୟରେ ମଧ୍ୟ ପାଠ ଅପେକ୍ଷା କଳା ପ୍ରତି ଥଲା ତାଙ୍କର ବେଶ ଭଲ ପାଇବା । କିନ୍ତୁ କଲେଜ ଜୀବନ ପରେ ପରେ ଏକ ବ୍ରିଟିଶ କଳାକାରଙ୍କ ଏହି ଧୁମ୍ର ଚିତ୍ର କଳା ଦେଖି ବେଶ ପ୍ରଭାବିତ ହୋଇଥିଲେ ସେ । ଆଉ ଜୀବନରେ ଏହି ଦିଗରେ ନିଜକୁ ଏକ ପ୍ରତିଷ୍ଠିତ କରିବା ପାଇଁ ଭାବି ନେଇଥିଲେ ଦୀପକ ।

ପ୍ରଥମେ ପୁଅର ଧୂଆଁରେ ଚିତ୍ରାଙ୍କନ ପରିବାର ଲୋକଙ୍କୁ ପସନ୍ଦ ଆସିନଥିଲା । ପରେ ମାଙ୍କ ସମର୍ଥନରେ ଦୀପକ ଏହାକୁ ଜାରି ରଖିଥିଲେ । ଆଉ ଏବେ ଏହି ନିଆରା ଚିତ୍ରକଳା ଫଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ।

ତାରକସି ସହରରେ ଏପରି ଏକ ନିଆରା କଳା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି । ତେବେ ଏହି କଳାକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଆହୁରି ପ୍ରସିଦ୍ଧି ଲାଭ କରିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details