ଓଡିଶା

odisha

ETV Bharat / city

EWS Scam Update: ରିମାଣ୍ତରେ ସତ ଉଗାଳିଲା ରାଜା କରଣ

ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା । ରାଜା କରଣ ପାଇଁ ବଢ଼ିଲା ଅଡ଼ୁଆ। ପୋଲିସର ଦୁଇ ଦିନିଆ ରିମାଣ୍ଡର ଜେରା ସମୟରେ ସତ ଉଗାଳିଲା ମୁଖ୍ୟ ଅଭିଯୁକ୍ତ ରାଜା କରଣ। ଅଧିକ ପଢନ୍ତୁ

EWS Scam Update: ରିମାଣ୍ତରେ ସତ ଉଗାଳିଲା ରାଜା କରଣ
EWS Scam Update: ରିମାଣ୍ତରେ ସତ ଉଗାଳିଲା ରାଜା କରଣ

By

Published : Feb 19, 2022, 8:44 PM IST

କଟକ : ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା । ରାଜା କରଣ ପାଇଁ ବଢ଼ିଲା ଅଡ଼ୁଆ। ପୋଲିସର ଦୁଇ ଦିନିଆ ରିମାଣ୍ଡର ଜେରା ସମୟରେ ସତ ଉଗାଳିଲା ମୁଖ୍ୟ ଅଭିଯୁକ୍ତ ରାଜା କରଣ।

EWS Scam Update: ରିମାଣ୍ତରେ ସତ ଉଗାଳିଲା ରାଜା କରଣ

ସିଏମସିର କିଛି କର୍ମଚାରୀଙ୍କ ସହଯୋଗରେ ସେ ସରକାରୀ ଘର ବିକ୍ରି କରୁଥିଲା ବୋଲି ସ୍ବୀକାର କରିଛି। ପୋଲିସ ହାଉସିଂ କର୍ପୋରେସନର ଏହି ଘର ନିର୍ମାଣ କରିବା ପରେ ସିଏମସିକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ଘଟଣାରେ ସିଏମସିର କିଛି ଅସାଧୁ କର୍ମଚାରୀ ଏବେ ପୋଲିସର ସ୍କାନରରେ ରହିଛନ୍ତି।

ଏହାବି ପଢନ୍ତୁ :President Visit: ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି

ରାଜା ଲୋକଙ୍କ ଠାରୁ ନେଇଥିବା ଟଙ୍କା କଣ କଲା ଓ କାହାକୁ ଦେଇଛି । ସେହି ଟଙ୍କାରେ ଜମିବାଡ଼ି କିଣିଛି କି। ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ରାଜାର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଯାଞ୍ଚ କରାଯାଉଥିବା ବୋଲି କହିଛନ୍ତି ଜୋନ 5 ଏସିପି ଅମରେନ୍ଦ୍ର ପଣ୍ଡା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details