ଓଡିଶା

odisha

By

Published : Jun 24, 2022, 9:22 PM IST

ETV Bharat / city

କିଶନନଗର ଥାନାରେ ସମ୍ମୁଖରେ ଆତ୍ମହତ୍ୟା ମାମଲା: ପ୍ରତିକ୍ରିୟା ରଖିଲେ ଗ୍ରାମାଞ୍ଚଳ ଏସପି

କିଶନନଗର ଥାନା ପରିସରରେ ଗୁଣନିଧି ବିଷୋଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିସ ହୋଇଛି: କଟକ ଗ୍ରାମଞ୍ଚକ ଏସପି
ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିସ ହୋଇଛି: କଟକ ଗ୍ରାମଞ୍ଚକ ଏସପି

କଟକ:ଗତକାଲି(ଗୁରବାର) କିଶନନଗର ଥାନା ପରିସରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ DGଙ୍କୁ ସୁପାରିଶ କରାଯାଇଥିବା କହିଥିଲେ ଏସପି । ଗୁଣନିଧିଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁତୁରା ସାଗର ବିଷୋୟୀଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶୁଣିଲେନି ଥାନା ଅଧିକାରୀ, ନିଜକୁ ନିଆଁ ଲଗାଇ ଦେଲେ ବ୍ୟକ୍ତି

ସୂଚନା ଅନୁସାରେ, ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ ଜମିବାଡି ବିବାଦ ନେଇ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉନଥିଲା । ଯାହାଫଳରେ ନିରାଶ ହୋଇ ଗୁଣନିଧି ଆତ୍ମାହୁତି ଉଦ୍ୟମ କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details