କଟକ :ଭଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ । ବିଲ ପାସ କରାଇ ଦେବା ପାଇଁ କଣ୍ଟ୍ରାକ୍ଟର ଠୁ ଲାଞ୍ଚ ନେଇଥିଲେ କଟକ ଆର ଆଣ୍ଡ ବି ୧ର କନିଷ୍ଠ ଯନ୍ତ୍ରୀ ଧ୍ରୁବାନନ୍ଦ ରାଉତ । ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ ।
Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆର ଆଣ୍ଡ ବି କନିଷ୍ଠ ଯନ୍ତ୍ରୀ ଏହାବି ପଢନ୍ତୁ :ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ସୂଚନା ଅନୁସାରେ, ଏକ ବିଲ ପାସ କରାଇ ଦେବା ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କୁ ଲାଞ୍ଚ ମାଗିଥିଲେ ଧ୍ରୁବାନନ୍ଦ । ପରେ କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ କଣ୍ଟ୍ରାକ୍ଟର ଧ୍ରୁବାନନ୍ଦଙ୍କୁ ୧୫, ୦୦୦ଟଙ୍କା ଲାଞ୍ଚ ଦେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ତେବେ ଆଉ କେତେ ଜଣଙ୍କ ଠୁ ଲାଞ୍ଚ ନିଆଯାଇଛି ସେହି ଦିଗରେ ଅଧିକ ତଦନ୍ତ ଜାରି ରହିଛି ଭିଜିଲାନ୍ସ ଟିମ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ