ଓଡିଶା

odisha

ETV Bharat / city

ବିଚାରପତିଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ - ପୋକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟଣା

କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଘଟଣା । ବୋହୂ ଏବଂ ତାଙ୍କ ପରିବାର ବିରୋଧରେ ହତ୍ୟା ଆଭିଯୋଗ ଆଣିଲେ ସୁବାଷଙ୍କ ମାଆ ।

cuttack pocso court judge subas death case family brought charges of murder
ପୋକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

By

Published : Sep 3, 2022, 7:38 PM IST

କଟକ: ପୋକ୍ସୋ କୋର୍ଟ ବିଚାରପତି ଆତ୍ମହତ୍ୟା ଘଟଣାରେ ନୂଆମୋଡ଼ । ପତ୍ନୀ ଅପରାଜିତାଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ପରିବାର ବର୍ଗ(Cuttack pocso court judge subas death Case) । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମୃତ ସୁବାସଙ୍କ ମାଆ ମର୍କତନଗର ଥାନାରେ ଏତଲା ଦେଇଛନ୍ତି । ଅନ୍ତେଷ୍ଟିକ୍ରିୟାରେ ପରିବାର ଲୋକଙ୍କୁ ସାମିଲ ନ କରିବା ଏବଂ ମୃତଦେହରେ ଥିବା ଦାଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ଏହି ଏତାଲାକୁ ଯୋଡି ତଦନ୍ତ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।

ଏନେଇ ମର୍କତ ନଗର ଆଇଆଇସି କହିଛନ୍ତି, "ପୋଷ୍ଟମଟମ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ।" ବୋହୂଙ୍କ ସହ ତାଙ୍କର ପରିବାର ଏହି ହତ୍ୟାରେ ସାମିଲ ଥିବା ସୁବାସଙ୍କ ମାଆ ଅଭିଯୋଗ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ନିଜ ପତ୍ନୀକୁ ସୁବାସ ଟିଉସନ ପଢ଼ାଉଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ୨୦୦୭ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ପ୍ରାୟ ୩ ବର୍ଷ ପରିବାରଙ୍କ ସହ ଭଲ ସମ୍ପର୍କ ରହିଥିଲା ।

ପୋକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟଣା

ପରବର୍ତ୍ତୀ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସୁବାଷଙ୍କ ଭାଇ କହିଛନ୍ତି । ତାଙ୍କ ଭାଇଙ୍କ କହିବା ଅନୁଯାୟୀ, "ପତ୍ନୀ ଅପରାଜିତା ସୁବାସଙ୍କୁ ପରିବାରଠାରୁ ଦୁରେଇ ରଖିଥିଲେ । ନିଜ ମାଆ ତୁଳସୀ ଏବଂ ଭାଇମାନଙ୍କ ସହିତ ମିଶାଇ ଦେଉନଥିଲେ । ଏପରିକି ମୃତ୍ୟୁର 5 ଘଣ୍ଟା ପରେ ତାଙ୍କ ଘରଲୋକଙ୍କୁ ଖବର ଦିଆଯାଇଥିଲା । ଅନ୍ତେଷ୍ଟିକ୍ରିୟାରେ ମଧ୍ୟ ସାମିଲ କରାଇ ଦେଇନଥିଲେ ଏବଂ ନିଜ ଘର ଲୋକଙ୍କ ସହ ମିଶି ପୁରୀରେ ଅନ୍ତିମ ସତ୍କାର କରିଥିଲେ ପତ୍ନୀ ।" ତେବେ ମୃତଦେହ ବ୍ୟବଚ୍ଛେଦ ସମୟରେ ଅପରାଜିତାଙ୍କ ଭାଇ ଖରାପ ବ୍ୟବହାର କରିଥିବା ସୁବାଷଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କଟକ ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ସୂଚନା ଥାଉକି, ନିକଟରେ ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ କିଛି ଦିନ ହେବ ଛୁଟିଲେ ଥିଲେ । ହଠାତ ସିଡିଏ ସରକାରୀ କ୍ବାଟର୍ସରୁ ଅଚେତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ତାଙ୍କ ବେକରେ ଏକ ଦାଗ ରହିଥିବା ଆଇନଜୀବୀ କହିଛନ୍ତି । ତେବେ ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ।

ଇଟିଭି ଭାରତ, କଟକ

For All Latest Updates

TAGGED:

ABOUT THE AUTHOR

...view details